ଜୁଆ ଆଡ୍ଡାଉପରେ ଚଢାଉ ବେଳେ ପୁଲିସକୁ ଆକ୍ରମଣ, ଭାଙ୍ଗିଲେ ପୁଲିସ ଗାଡ଼ି,ଏସଆଇ ଆହତ

ବ୍ରହ୍ମପୁର: ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ପୁଲିସକୁ ଆକ୍ରମଣ । ବ୍ରହ୍ମପୁର ସଦର ଥାନା ଖଂଜପଡିଆ ସାହିରେ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୧ ଜଣଙ୍କୁ ଗିରଫ କରିଥିଲା ପୁଲିସ । ଏହା ସହ ୮ ହଜାର ଟଙ୍କାର ଜବତ କରାଯାଇଥିଲା । ସେହି ସମୟରେ କିଛି ଜୁଆଡ଼ି ହଠାତ ପୁଲିସ ଉପରେ ଆକ୍ରମଣ କରିଥିଲେ । ଆକ୍ରମରରେ ଏସଆଇ ଆହତ ହୋଇଛନ୍ତି । ପୁଲିସ ଗାଡିକୁ ବି ଭଙ୍ଗାରୁଜା କରାଯାଇଛି ।

ସେପଟେ, ମଦ ମାଫିଆଙ୍କ ଆକ୍ରମଣର ଶିକାର ହେଲେ ଅବକାରୀ ବିଭାଗ । ଅନୁଗୁଳ ବାଗଡ଼ିଆ ଗାଁରେ ଅବକାରୀ ବିଭାଗ ଚଢ଼ାଉ କରୁଥିବା ବେଳେ ହଠାତ୍ ଆକ୍ରମଣର ଶିକାର ହୋଇଥିଲେ । ମଦ ମାଫିଆମାନେ ଅବକାରୀ ବିଭାଗର ଗାଡ଼ି ଭଙ୍ଗାରୁଜା କରିଥିଲେ । ଆକ୍ରମଣରେ ୪ଜଣ ଜଣ କର୍ମଚାରୀ ଆହତ ହୋଇଛନ୍ତି । ବାଗଡ଼ିଆ ମନ୍ଦିର ସାହିରେ ବିପୁଳ ପରିମାଣରେ ମହୁଲ ମଦ ବିକ୍ରି ହେଉଥିବା ସୂଚନା ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା ।

ଚଢ଼ାଉ ବେଳେ ବିପୁଳ ପରିମାଣର ମହୁଲ ମଦ, ପୋଚ ଆଦି ଜବତ କରି ୩ଜଣଙ୍କ ଅଟକ ରଖିଥିଲା ପୁଲିସ । ଯାହାକୂୁ ନେଇ କିଛି ଲୋକ ସେମାନଙ୍କୁ ଛାଡ଼ି ଦେବାକୁ ଦାବି କରିଥିଲେ । ହେଲେ ଅବକାରୀ ବିଭାଗ ଅଟକ ରଖିଥିବା ୩ଜଣଙ୍କୁ ଛାଡ଼ି ନଥିଲେ । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ହାଇ ୧୦ରୁ ୧୫ ଜଣ ମହିଳା ଏବଂ ପୁରୁଷ ଅବକାରୀ ବିଭାଗ କର୍ମଚାରୀଙ୍କ ଉପରକୁ ଅତର୍କିତ ଆକ୍ରମଣ କରିବା ସହ ଢ଼େଲା ପଥର ମାରି ଗାଡ଼ି ଭାଙ୍ଗିଦେଇଥିଲେ ।

ସମ୍ବନ୍ଧିତ ଖବର