ଅଞ୍ଜି ବଜାରରେ ଅଭାବନୀୟ ଘଟଣା : ହେଲମେଟ୍‌ ଚେକିଂ ବେଳେ ପୁଲିସକୁ ଆକ୍ରମଣ

ସମର୍ଥକଙ୍କୁ ନେଇ ଚପଲରେ ପିଟିଲେ ଦମ୍ପତି, ଫାଣ୍ଡି ଅଧିକାରୀଙ୍କ ସମେତ ୩ ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ର ସାଉଡ ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଅଞ୍ଜି ବଜାରରେ ପୁଲିସ ହେଲମେଟ୍‌ ଚେକିଂ କରୁଥିବା ବେଳେ ଏହାକୁ ବିରୋଧ କରି ଏକ ଦମ୍ପତି ନିଜ ସମର୍ଥକଙ୍କ ସହ ପୁଲିସକୁ ଆକ୍ରମଣ କରିଛନ୍ତି।

ସୂଚନା ଅନୁସାରେ; ରବିବାର ସନ୍ଧ୍ୟାରେ ଅଞ୍ଜି ବଜାରରେ ସାଉଡ୍‌ ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଧଳ ନିଜ ଟିମ୍‌ ସହିତ ହେଲମେଟ୍‌ ଚେକିଂ କରୁଥିଲେ। ଏହି ସମୟରେ ଭାନା ସାହା ନାମକ ଜଣେ ବ୍ୟକ୍ତି ଚେକିଂକୁ ବିରୋଧ କରିଥିଲେ। ତେବେ ତାଙ୍କ ନାଁରେ ପୂର୍ବରୁ ପୁଲିସରେ ମାମଲା ଥିବାରୁ ପୁଲିସ ତାଙ୍କୁ ଫାଣ୍ଡିକୁ ନେବାକୁ ଉଦ୍ୟମ କରିବା ବେଳକୁ ପୁଲିସ ସହ ତାଙ୍କର ବଚସା ହୋଇଥିଲା। ଏହାପରେ ସେଠାରେ ଉପସ୍ଥିତ ଥିବା ତାଙ୍କ ପତ୍ନୀଙ୍କ ସମେତ ୧୫ରୁ ୨୦ ଲୋକ ପୁଲିସକୁ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ସାଉଡ ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଧଳଙ୍କ ସମେତ କନେଷ୍ଟବଳ ଗଙ୍ଗା ବେହେରା ଓ ମୁଖବନ୍ଧୁ ବିନ୍ଧାଣୀ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର