ଚାନ୍ଦବାଲିରେ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ୍ ଉପରେ ଆକ୍ରମଣ, ଅଭିଯୁକ୍ତ ଗିରଫ

ଚାନ୍ଦବାଲି :  ଲକ୍ଡ଼ାଉନ ସମୟରେ ଚାନ୍ଦବାଲିର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଓ ପେଟ୍ରାଲିଂ  କଡାକଡି କରାଯାଇଛି । ସୋମବାର ସକାଳୁ ଆଡ଼ିସନାଲ ତହସିଲଦାର ପ୍ରଶାନ୍ତ ମହାରଣାଙ୍କ ନେତୃତ୍ବରେ ଏନଫୋର୍ସମେଣ୍ଟ ଟିମ୍ ବିଜ୍ଞାପିତ ଅଂଚଳ ପରିଷଦ ପରିଦର୍ଶନ ସମୟରେ ବାଲିଗାଁ ଛକରେ କେତେକ ଯୁବକଙ୍କୁ ଏକାଠି ବୁଲୁଥିବା ବେଳେ ଟିମ୍ ସେମାନଙ୍କୁ ବାରଣ କରିଥିଲା । ମାତ୍ର  ସେମାନେ ପୁଲିସର କଥା ଶୁଣି ନ ଥିଲେ । ତେବେ ପୁଲିସ ଟିମ ଗାଡ଼ିରୁ ଓହ୍ଲାଇବା ବେଳେ ୩ଜଣ ଯୁବକ ଦୈାଡ଼ି ପଳାଇଥିବା ବେଳେ ରମେଶ ଦାସ ନାମକ ଯୁବକ ଏକ କାଠ ଫାଳିଆରେ ପୁଲିସ ଏପିଆରଙ୍କୁ ଆକ୍ରମଣ କରିଥିଲା । ଏହି ଘଟଣାରେ ଆଡ଼ିସନାଲ ତହସିଲଦାର ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ପରବର୍ତୀ ସମୟରେ ପୁଲିସ ଉକ୍ତ ଯୁବକକୁ ମଧ୍ୟ ଗୋଡ଼ାଇ ଧରୁଥିବା ବେଳେ ଯୁବକ ଜଣକ ରାସ୍ତା ଉପରେ ପଡ଼ି ଆହତ ହୋଇଥିଲେ । ପୁଲିସ ଉକ୍ତ ଯୁବକକୁ କାବୁ କରିଥିବା ବେଳେ ଚାନ୍ଦବାଲି ମେଡ଼ିକାଲରେ ଚିକିତ୍ସିତ କରାଇଛନ୍ତି ।

ତେବେ ଘଟଣାକ୍ରମେ ଚାନ୍ଦବାଲି ଅତିରିକ୍ତ ତହସିଲଦାର ଶ୍ରୀ ମହାରଣାଙ୍କ ରିପୋର୍ଟ କ୍ରମେ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ଯୁବକ ରମେଶ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଏସ.ଡ଼ି.ପିଓ ଉମାଶଙ୍କର ମହାରଣା ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର