ଗୁଣି ଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ  ବିଷ୍ଟା ଖୁଆଇଲେ ଗାଁ ଲୋକେ 

ଗଞ୍ଜାମ: ପୁରୁଷତ୍ତମପୁର ଥାନା ଇଲାକାରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ବିଲମ୍ବିତ ରାତିରେ ପାଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରାପଲ୍ଲୀ ଗାଁରେ ବୃଦ୍ଧ ଦମ୍ପତିଙ୍କ ଉପରେ ହୋଇଛି ଅକଥନୀୟ ଅତ୍ୟାଚାର । ଗାଁର ସୁର୍ଦଶନ ବେହେରା ଓ ତାଙ୍କ ପତ୍ନୀ ଅପି ବେହେରାଙ୍କ ହାତ ବାନ୍ଧି ନିସ୍ତୁକ ମାଡ ମରାଯିବା ସହ ବିଷ୍ଟା ଖୁଆଇ ଥିବା ଅଭିଯୋଗ ହୋଇଛି । ଗୁଣି ଗାରେଡି ସନ୍ଦେହ କରି ସେହି ଗାଁର କିଛି ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଜଣାପଡିଛି । ପରେ ଘଟଣା ସମ୍ପକରେ ଖବର ପାଇ ପୁରୁଷତ୍ତମପୁର ଥାନା ଇନ୍ସପେକ୍ଟର ଅଜୟ କୁମାର ବାରିକ ସଦଳବଳେ ଗାଁରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ବୃଦ୍ଧ ଦମ୍ପତ୍ତିଙ୍କୁ ଉଦ୍ଧାର କରିଥିଲେ । ଭୟଭୀତ ବୃଦ୍ଧ ଦମ୍ପତ୍ତିଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେଇଛି । ଗାଁରେ ଘଟଣାକୁ ନେଇ ଊତ୍ତେଜନା ଲାଗିରହିଥିବାରୁ ସେଠାରେ ପୋଲିସ ମୁତୟନ କରାଯାଇଛି ଓ ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

ସମ୍ବନ୍ଧିତ ଖବର