ହାତଗୋଡ଼ ବାନ୍ଧି ଯୁବକଙ୍କୁ ମାଡ଼

ନୟାଗଡ଼ : ହେଲେ ନୟାଗଡ଼ରେ ସବୁଠୁ ନୃଶଂସ କାଣ୍ଡ ଘଟିଛି। ଆଜି ସକାଳ ୮ଟା ସମୟରେ ନୟାଗଡ଼ ଖଣ୍ଡପଡ଼ା ରୋଡ୍‌ସ୍ଥିତ ମୁଣ୍ଡିଆସାହିରେ ଏ ନେଇ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସଂପୃକ୍ତ ଯୁବକଙ୍କ ନାମ ପ୍ରଭାକର ସାହୁ (୨୦)। ତାଙ୍କ ଘର ଗଣିିଆ ଥାନାର ବସନ୍ତପୁର ଗ୍ରାମରେ ବୋଲି ଜଣାଯାଇଛି। ପ୍ରଭାକର ନୟାଗଡ଼ରେ ଘରଭଡ଼ା ନେଇ ହାର୍ଡଓ୍ଵୟାର ଟ୍ରେନିଂ ନେବା ସହ ଗାୟତ୍ରୀ ଅନୁଷ୍ଠାନର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ଏହି ଅନୁଷ୍ଠାନ ଜରିଆରେ ସେ ଛୋଟ ଛୋଟ ପିଲାଙ୍କୁ ପ୍ରତ୍ୟେକ ରବିବାର ନୈତିକ ଶିକ୍ଷା ପ୍ରଦାନ କରିଥା’ନ୍ତି। ଆଜି ସକାଳୁ ସେ ମୁଣ୍ଡିଆସାହିକୁ ଯାଇ ପିଲାମାନଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ଜଣେ ପିଲାର ମା’ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଥିଲେ। ଏ ନେଇ ପଡ଼ୋଶୀଙ୍କୁ କହିବା ପରେ ମୁଣ୍ଡିଆସାହିବାସୀ ଏକତ୍ର ହୋଇ ପ୍ରଭାକରଙ୍କୁ ଆକ୍ରମଣ କରିଥିଲେ। ପ୍ରଭାକର ପିଲା ଚୋର ନୁହଁନ୍ତି ବୋଲି ଯେତେ କହିଥିଲେ ମଧ୍ୟ ତାଙ୍କ କଥା ଶୁଣିବାକୁ କେହି ପ୍ରସ୍ତୁତ ନଥିଲେ। ଏପରିକି ପ୍ରଭାକରଙ୍କ ହାତ ଗୋଡ଼ ବାନ୍ଧି ତାଙ୍କୁ ଗୋଟଏ ଘରେ ଭର୍ତ୍ତି କରି ମାଡ଼ ମରାଯାଇଥିଲା। ଖବରପାଇ ଘଟଣାସ୍ଥଳରେ ଟାଉନ୍‌ ଥାନା ପୁଲିସ୍‌ ପହଞ୍ଚି ଗୁରୁତର ଆହତ ପ୍ରଭାକରଙ୍କୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର