ପୂର୍ବତନ ପ୍ରଶାସକ ଅତୁଲକୃଷ୍ଣଙ୍କ ପରଲୋକ

ଭୁବନେଶ୍ବର : ଓଡ଼ିଶା ପ୍ରାଶାସନିକ ସେବାର ପ୍ରାକ୍ତନ ପ୍ରଶାସକ ଅତୁଲକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ଲକ୍ଷ୍ନୌସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର ‌ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଜଣେ ଅମାୟିକ, ସରଳ ଓ ନିଃସ୍ବାର୍ଥପର ବ୍ୟକ୍ତି ଭାବେ ସେ ଜଣାଶୁଣା ଥିଲେ। ମୃତ୍ୟୁଶଯ୍ୟା‌ ନିକଟରେ ତାଙ୍କ ତିନି ପୁଅ, ବୋହୂ, ଦୁଇ ଝିଅ, ଜ୍ବାଇଁ ଅନ୍ୟ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ।

୧୯୬୧ ମସିହାରେ ଓଡ଼ିଶା ପ୍ରାଶାସନିକ ସେବାରେ ଯୋଗଦେବା ପରେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଲ୍ୟାଣ୍ଡ୍‌ ଅଫିସର, ଜଳସେଚନ ବିଭାଗର ଉପଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ଉପଶାସନ ସଚିବ ଏବଂ ଉପଜିଲ୍ଲାପଳ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ।

ସମ୍ବନ୍ଧିତ ଖବର