ଲକ୍ଷ୍ମୀପୁର : ଅଟୋ-କାର୍ ମୁହାଁମୁହିଁ ଧକ୍କା, ଅଟୋ ଚାଳକ ଗୁରୁତର ଆହତ, ଡାକ୍ତରଖାନାରେ ଭର୍ତି

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ପ୍ରଧାନ ଇଣ୍ଡଷ୍ଟ୍ରି ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ଅଟୋ ଓ କାର୍ ମୁହାଁ ମୁହିଁ ଧକ୍କା ହେବାରୁ ଅଟୋଚାଳକ ଗୁରୁତ୍ବର ଆହତ ହୋଇଛି। ଖବର ନେବାରେ ଜଣାପଡିଛିକି ଲକ୍ଷ୍ମୀପୁର ସାଙ୍ଗାନ୍ନା ହାଇସ୍କୁଲ ଠାରେ ପଠାଣି ସାମନ୍ତ ପରୀକ୍ଷା ଦେବା ପାଇଁ ଏକ ଅଟୋରେ କିଛି ଛାତ୍ରଛାତ୍ରୀ ତୁନପାର ଗ୍ରାମରୁ ଆସିଥିଲେ। ଛାତ୍ରଛାତ୍ରୀମାନଙ୍କୁ ସାଙ୍ଗାନ୍ନା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଓହ୍ଲାଇଦେଇ ଅଟୋ ଚାଳକ ଅଟୋ ବୁଲେଇକି ଆଣିବା ପାଇଁ କିଛିଦୁର ଚାଲି ଯାଇଥିଲେ। ଜାତୀୟ ରାଜପଥ ଉପରେ ସତର୍କତାର ସହ ନଦେଖି ଅଟୋ ବୁଲାଉ ଥିବା ସମୟରେ ରାୟଗଡା ପଟରୁ ଆସୁଥିବା ଏକ ସ୍ଵିଫ୍ଟ ଡିଜାୟର କାର୍ (ଓଡ଼ି ୧୦ଏ ୭୨୦୯) ସହ ମୁହାଁ ମୁହିଁ ଧକା ହୋଇଥିଲା। କାରଟିର ସମ୍ମୁଖ ପାଖ ଓ ଡାହାଣ ପାଖ ଚୁରମାର ହୋଇଯାଇଥିବା ବେଳେ ଅଟୋ ପୁରା ଚେପା ହୋଇ ୪୦ଫୁଟ ରାସ୍ତା ତଳକୁ ଖସି ଯାଇ ବଣ ଭିତରେ ଅଟକି ଯାଇଥିଲା। ଅଟୋ ଚାଳକକୁ ଗୁରୁତର ଅବସ୍ଥାରେ ଲୋକେ ଆଣି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତି କରିଥିଲେ। ଏହା ପରେ କାର ଚାଳକ କାର୍ ଧରି ଲକ୍ଷ୍ମୀପୁର ଥାନାକୁ ଆସି ଦୁର୍ଘଟଣା ସମ୍ପର୍କରେ ପ୍ରକାଶ କରିଥିଲା। ଖବରପାଇ ଘଟଣା ସ୍ଥଳକୁ ଲକ୍ଷ୍ମୀପୁର ଆଇଆଇସି ଗୌରହରି ସାହୁ ଓ ପୁଲିସ ଟିମ୍ ପହଚିଂ ତଦନ୍ତ କରି ଫେରି ଆସି ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରିଥିବା ବେଳେ ଭାଗ୍ୟ ବସତଃ ଅଟୋରେ କୌଣସି ଛାତ୍ରଛାତ୍ରି ନଥିବା ଯୋଗୁଁ ଏକ ବଡ ଦୁର୍ଘଟଣା ଟଳିଯାଇଥିଲା।

ସମ୍ବନ୍ଧିତ ଖବର