ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମ୍ମିଳନୀ

ଭୁବନେଶ୍ବର : ଓଡ଼ିଶାର ଉଚ୍ଚଶିକ୍ଷା, ଗବେଷଣା ଓ ପରୀକ୍ଷା ପଦ୍ଧତିରେ ସଂସ୍କାର ଅଣିବାକୁ ହେବ। ଏଥିସହ ନୂତନ ପାଠ୍ୟ†କ୍ରମ ପ୍ରଚଳନ, ଶିକ୍ଷକ ପ୍ରଶିକ୍ଷଣ ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ସମ୍ମିଳନୀରେ ମତପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟର ମହାବିଦ୍ୟାଳୟ ଉନ୍ନୟନ ପରିଷଦ(ସିଡିସି) ପକ୍ଷରୁ ପିଜି କାଉନସିଲ ହଲରେ ଅନୁଷ୍ଠିତ ସମ୍ମିଳନୀରେ ନାକ୍‌ ମାନ୍ୟତା, ଚଏସ୍‌ ବେସ୍‌ଡ କ୍ରେଡିଟ୍‌ ସିଷ୍ଟମ ପ୍ରଚଳନ, ଗୁଣାତ୍ମକ ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥା, ପିପିପି ପାଠ୍ୟକ୍ରମର ଆବଶ୍ୟକତା ଓ ପରିଚାଳନା, ଶିକ୍ଷକ ପ୍ରଶିକ୍ଷଣ, ନୂତନ ପାଠ୍ୟକ୍ରମ ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଆଲୋଚନା ହୋଇଥିଲା।

ବୈଠକରେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ସଂସ୍କାର ପାଇଁ ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟ†ମାନଙ୍କ ମଧ୍ୟରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ, କୁଳସଚିବ ଦୟାନିଧି ନାୟକ ଉଚ୍ଚଶିକ୍ଷାର ଉନ୍ନତି ପାଇଁ ସ୍ବୟଂଶାସିତ କଲେଜ ଭୂମିକା ଉପରେ ଆଲୋକପାତ କରିଥିଲେ। ସିଡିସି ନିର୍ଦେଶକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ୧୨ଟି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ ଓ ୟୁଜିସି ଦାୟିତ୍ୱରେ ଥିବା ଅଧ୍ୟାପକମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର