ରକ୍ତଦାନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଆମ ଓଡ଼ିଶା’ ପୁରସ୍କୃତ

ଭୁବନେଶ୍ୱର: ଜାତୀୟ ସ୍ୱଚ୍ଛାକୃତ ରକ୍ତଦାନ ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ଉତ୍ସବ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୋମବାର ସକାଳେ ଏକ ଗଣପଦଯାତ୍ରା ଏକାମ୍ର ହାଟଠାରୁ ଆରମ୍ଭ ହୋଇ ଜୟଦେବ ଭବନରେ ଶେଷ ହୋଇଥିଲା। ଏହି ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ରକ୍ତଦାନ କ୍ଷେତ୍ରରେ ୨୦୧୭ ମସିହାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ରକ୍ତ ଭଣ୍ଡାରକୁ ପୁରସ୍କୃତ କରିଥିଲେ।

ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଜୀବନବିନ୍ଦୁ’ ସହିତ ‘ଆମ ଓଡ଼ିଶା’ ମଧ୍ୟ ପୁରସ୍କୃତ ହୋଇଛି। ଲଗାତାର ୧୨ ବର୍ଷ ଧରି ରକ୍ତଦାନ କ୍ଷେତ୍ରରେ ରାଜ୍ୟସ୍ତରୀୟ ପୁରସ୍କାର ଲାଭ କରି ‘ଆମ ଓଡ଼ିଶା’ ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛି। ୨୦୧୭ ମସିହାରେ ଆମ ଓଡ଼ିଶା ୧୪୪୪ଟି ଶିବିରରୁ ୬୫,୪୪୯ ୟୁନିଟ ରକ୍ତ ସଂଗ୍ରହ କରି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଥିଲା।

ସମ୍ବନ୍ଧିତ ଖବର