ଆବାସ ଯୋଜନା ହିତାଧିକାରୀ ତାଲିକା ତ୍ରୁଟିଶୂନ୍ୟ କରିବାକୁ ତାଗିଦ୍

ଭୁବନେଶ୍ବର : ସମ୍ପୂର୍ଣ୍ଣ ତ୍ରୁଟି ଶୂନ୍ୟ ହେବେ ଆବାସ ଯୋଜନା ହିତାଧିକାରୀ ତାଲିକା। ଆଜି ଏ ନେଇ ପୁଣି ଥରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ତାଗିଦ୍ କରିଛନ୍ତି ରାଜ୍ୟ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ ସିଂହ। ଏ ନେଇ ଚଳିତମାସ ୩୦ ତାରିଖ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ବାଛିବା ସହ ଡିସେମ୍ବର ୧୫ ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରି ଆବାସ କିମ୍ବା ଗ୍ରାମୀଣ ଗୃହ ନିର୍ମାଣ ପୋର୍ଟାଲରେ ଅପଲୋଡ୍ କରିବା ପାଇଁ ଶ୍ରୀ ସିଂହ ନିର୍ଦ୍ଦେଶ ଜାରି କରିଛନ୍ତି।

ପଞ୍ଚାୟତିରାଜ ସଚିବ ଦର୍ଶାଇଛନ୍ତି, ଅତୀତରେ ୧୩ ଲକ୍ଷ ୬୫ ହଜାର ୨୫ଟି ପରିବାର ବାସଗୃହ ପାଇବା ପାଇଁ ଅଯୋଗ୍ୟ ସିଦ୍ଧ ହୋଇଥିଲେ। ଆବାସ ଯୋଜନାର ସର୍ତ୍ତାବଳୀ ଅନୁଯାୟୀ ଏବେ ବି ପ୍ରସ୍ତୁତ ହୋଇଥିବା ତାଲିକାରେ ଅଯୋଗ୍ୟ ହିତାଧିକାରୀ ଥିବା ନେଇ ପ୍ରମୁଖ ସଚିବ ଆଶଙ୍କା ପ୍ରକାଶ କରିଛନ୍ତି। ଏ ନେଇ ସମ୍ପୂର୍ଣ୍ଣ ଭାବେ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି।

ସମ୍ବନ୍ଧିତ ଖବର