ନୀଳଗିରିରୁ ମୃତ ଭାଲୁଛୁଆ ଉଦ୍ଧାର, କଡ଼ଲାରେ ଦନ୍ତାହାତୀ ମୃତ

ନୀଳଗିରି : ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ ଗରଡ଼ିହି ପଞ୍ଚାୟତ କୁଂଜବଣିଆ ଗ୍ରାମ ଜଙ୍ଗଲକୁ ଲାଗି ରହିଥିବା ବିଲରୁ ଆଜି ଏକ ମୃତ ଭାଲୁଛୁଆ ଉଦ୍ଧାର କରାଯାଇଛି। ନିଟସ୍ଥ ବିଲରେ କିଛି ଲୋକେ କାମ କରୁଥିବା ବେଳେ ମୃତ ଭାଲୁଛୁଆକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ବିଭାଗୀୟ କର୍ମଚାରୀମାନେ ପୋତି ଦେଇଥିବା ଜଣାପଡ଼ିଛି। ତେବେ ରିପୋର୍ଟ ଆସିଲା ପରେ ଭାଲୁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ନୀଳଗିରି ରେଞ୍ଜର ସୁକୁମାର ଦାସ କହିଛନ୍ତି।

କଡ଼ଲାରେ ଦନ୍ତାହାତୀ ମୃତ

ରାସୋଳ/ଖଜୁରିଆକଟା : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନଖଣ୍ଡ କଡଲା ପଞ୍ଚାୟତ କଂସରକୁଟୁ ଗାଁ ନିକଟରୁ ବନ ବିଭାଗ ଆଜି ଏକ ଦନ୍ତାହାତୀର ମୃତଦେହ ଜବତ କରିଛି। ହାତୀ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ବିଭାଗ ସୂତ୍ରରୁ ପ୍ରକାଶ, କଂସରକୁଟୁ ଗାଁ ନିକଟ ଏକ ଚାଷଜମିରେ ଏକ ଦନ୍ତାହାତୀ ମରିପଡ଼ିଥିବା ପ୍ରଚାରିତ ହେବା ପରେ ଏସିଏଫ୍‌ ଜିତେନ୍ଦ୍ରନାଥ ଦାସ, ହିନ୍ଦୋଳ େରଞ୍ଜର ମଧୁସୂୂଦନ ପାତ୍ର ସଦଳବଳ ପୂର୍ବାହ୍ଣ ୧୧ଟାବେଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ ବିଭାଗ ଦାନ୍ତ ଜବତ କରିବା ପରେ ଶବ ବ୍ୟବଚ୍ଛେଦ କରି ସେଠାରେ ମୃତଦେହ ପୋତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର