ଅଦ୍ଭୁତ ଶିଶୁ: ୪ ଗୋଡ଼, ୪ ହାତ

କଟକ : କଟକରେ ପୁଣି ଏକ ଅଦ୍ଭୁତ ଶିଶୁ ଜନ୍ମ ନେଇଛି। ଶିଶୁଟିର ୪ଟି ଗୋଡ, ୪ଟି ହାତ ଥିବାବେଳେ ଗୋଟିଏ ମୁଣ୍ଡ ରହିଛି। ଶିଶୁଟି ଜୀବିତ ଥିବାରୁ ଏହାକୁ ନେଇ ଉତ୍କଣ୍ଠା ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଗୁମ୍ବରୀ ଗ୍ରାମର ଟୁକୁରାମ ବେହେରାଙ୍କ ପତ୍ନୀ ପୁଷ୍ପଲତା(୨୪)କଟକ ମଙ୍ଗଳାବାଗରେ ଥିବା ଉର୍ମିଳା ନର୍ସିଂହୋମରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ଦୀର୍ଘ ଘଣ୍ଟାର ଗର୍ଭବେଦନା ପରେ ପୁଷ୍ପଲତା ଆଜି ସଂଧ୍ୟା ୭ଟାରେ ଏଭଳି ଏକ ସନ୍ତାନକୁ ଜନ୍ମ ଦେଇଥିଲେ । ଶିଶୁଟିର ଦୁଇଟି ଗୋଡ, ଦୁଇଟି ହାତ ଥିବାବେଳେ ଗୋଟିଏ ମୁଣ୍ଡ ଏବଂ ଦୁଇଟି ପେଟ ରହିଛି। ପେଟ, ଛାତି ଲାଗି କରି ରହିଥିବା ବେଳେ ଶିଶୁର ମୁଣ୍ଡରେ ଦୁଇ ଆଖି, ଦୁଇ କାନ ଏବଂ ଗୋଟିଏ ନାକ ତଥା ପାଟି ରହିଛି । ଶିଶୁଟି ଜନ୍ମ ପରେ କାନ୍ଦିଥିବା ନର୍ସିଂହୋମ କର୍ତ୍ତୃପକ୍ଷ କହିଛନ୍ତି। ମହିଳା ଓ ପ୍ରସୂତି ଡାକ୍ତର ବବଲିନା ମହାନ୍ତି ପ୍ରସବ କରାଇଥିବାବେଳେ ମହିଳାଙ୍କର ନର୍ମାଲ ଡେଲିଭରି ହୋଇଥିବା ଜଣାପଡିଛି । ଟୁକୁରାମଙ୍କର ଏକ ଛଅ ବର୍ଷର ପୁଅ ରହିଛି। ବଡ଼ ପୁଅଟି ସ୍ୱାଭାବିକ ରହିଥିବା ବେଳେ ଏଭଳି ଏକ ଦ୍ୱିତୀୟ ସନ୍ତାନକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ପରିବାର ଲୋକ। ଟୁକୁରାମ ଜଣେ ଦିନ ମଜୁରିଆ। ଏଭଳି ବିଚିତ୍ର ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନର୍ସିଂହୋମ୍‌ କର୍ତ୍ତୃପକ୍ଷ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର