କୁକୁର କାମୁଡ଼ାରେ ଛୁଆ ହରିଣ ମୃତ

ପାତ୍ରପୁର : ବୁଲା କୁକୁରଙ୍କ ଆକ୍ରମଣରେ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ସାମନ୍ତରାପୁର ଠାକୁରାଣୀ ମନ୍ଦିର ନିକଟରେ ଏକ ଛୁଆ ହରିଣର ମୃତ୍ୟୁ ଘଟିଛି । ଜୁଗୁରାଇ ପାହାଡ଼ରୁ ଗୋଟିଏ ଛୁଆ ହରିଣକୁ ଦୁଇଟି କୁକୁର ଗୋଡ଼ାଉଥିଲେ। ହରିଣଟି ସାମନ୍ତରାପୁର ମୁଖ୍ୟ ରାସ୍ତା ପାର ହୋଇ ଦୌଡ଼ି ପଳାଇବା ବେଳେ ଗୋଟାଏ କୁକୁର ହରିଣ ଛୁଆର ବେକକୁ କାମୁଡ଼ି ଦେଇଥିଲା। ସ୍ଥାନୀୟ ଲୋକ ହରିଣଟିକୁ କୁକୁରଙ୍କ ମୁହଁରୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବଞ୍ଚାଇପାରିନଥିଲେ।

ସମ୍ବନ୍ଧିତ ଖବର