ଗାତରେ ହାତୀ ଛୁଆ ପଡ଼ି କଲବଲ

ଓଡ଼ାପଡ଼ା : ଆଜି ହାତୀପଲ ମଧ୍ୟରୁ ଏକ ଛୁଆ ହାତୀ ଭୁଲ୍‌ବଶତଃ ଏକ ପାଣି ଟାଙ୍କି ମଧ୍ୟରେ ପଡ଼ିଯାଇଥିଲା। ଅନ୍ୟ ହାତୀମାନେ ଉକ୍ତ ହାତୀ ଛୁଆକୁ ଉଦ୍ଧାର କରି ନପାରି ଅନ୍ୟତ୍ର ଚାଲିଯାଇଥିଲେ। ଫଳରେ ହାତୀ ଛୁଆଟି ଗାତ ମଧ୍ୟରେ କଲବଲ ହେଉଥିଲା। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଆସି ହାତୀ ଛୁଆକୁ ଗାତରୁ ବାହାର କରି ହାତୀପଲଙ୍କ ନିକଟରେ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର