ନବଜାତକଙ୍କୁ ମା’ ଛାଡ଼ି ଯିବା ଘଟଣା : ଶିଶୁଗୃହକୁ ଗଲା ଶିଶୁକନ୍ୟା

କଟକ : ଏସ୍‌ସିବିରେ ଜନ୍ମ ଦେବାପରେ ନବଜାତକ ଶିଶୁକନ୍ୟାଙ୍କୁ ତାର ମା’ ଛାଡି ପଳାଇବା ଘଟଣାରେ ଆଜି ଏସ୍‌ସିବି କର୍ତ୍ତୃପକ୍ଷ ନବଜାତକ ଶିଶୁକନ୍ୟାକୁ ସିଡବ୍ଲୁସି ଚେୟାରମ୍ୟାନ୍‌ ମନ୍ଦାକିନୀ ଜେମାଙ୍କ ଉପସ୍ଥିତିରେ ଚୌଦ୍ବାରସ୍ଥିତ ସ୍ପେଶାଲ ଆଡପ୍‌ସନ୍‌ ସେଣ୍ଟରକୁ ପଠାଇଛନ୍ତି। ଗତକାଲି ଏସ୍‌ସିବି କର୍ତ୍ତୃପକ୍ଷ ଶିଶୁର ଥଇଥାନ ପାଇଁ ସିଡବ୍ଲୁସିକୁ ଚିଠି ଲେଖିଥଇଲେ। ଆଜି ଏସ୍‌ଏନ୍‌ସିୟୁ ଦାୟିତ୍ବରେ ଥିବା ଡାକ୍ତର ଲୀନା ଦାସ, ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା, ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତିଙ୍କ ଉପସ୍ଥିତିରେ ଶିଶୁକନ୍ୟାକୁ ଶିଶୁ ଗୃହକୁ ପଠାଯାଇଛି। ତେବେ ଶିଶୁ କନ୍ୟାର ମା’ ସଂପର୍କରେ କୌଣସି ତଥ୍ୟ ଜଣାପଡିନି। ସଂପୃକ୍ତ ମହିଳା ଜାଣିଶୁଣି ଠିକଣା ଭୁଲ ଦେଇଥିବାରୁ ଏସଂପର୍କରେ ପୁଲିସ ସୂଚନା ପାଇପାରିନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର