ବିନିକା : ଏକ ବର୍ଷର ଶିଶୁପୁତ୍ର ଅମନକୁ ତା’ର ଆଈ ବିକ୍ରି କରିଥିବା ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶିଶୁର ମା’ ସସ୍ମିତା କୁମ୍ଭାର। ଏପରି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧୀନସ୍ଥ ବିଶାଲପାଲି ଗାଁରେ। ମା’ ଅର୍ଥାତ୍ ଶିଶୁର ଆଈ ଜୟନ୍ତୀ ଜଗଦଲା ଓ ବଳାରଙ୍ଗା ଗାଁର ଦଶରଥ ସୁନାଙ୍କୁ ଶିଶୁପତ୍ରକୁ ବିକ୍ରି କରି ଦେଇଥିବା ସସ୍ମିତା ଅଭିଯୋଗ କରିଛନ୍ତି। ସସ୍ମିତା ନୂଆପଡା ଜିଲ୍ଲା ବାଞ୍ଜିବାହାଲରେ ବିବାହ କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସେ ବିଶାଲପାଲି ମା’ ଓ ବାପାଙ୍କ ପାଖକୁ ଆସି ଏକ ରାଇସ ମିଲରେ ଶ୍ରମିକ ଭାବେ କାମ କରୁଛନ୍ତି। ହେଲେ ଦୁଇ ମାସ ତଳେ ତାଙ୍କ ପୁଅକୁ ମା’ ଜୟନ୍ତୀ ବିକ୍ରି କରି ଦେଇଥିବା ନେଇ ସସ୍ମିତା ଗୁରୁବାର ଦିନ ବିନିକା ଥାନାରେ ଅଭିଯୋଗ କରିଛନ୍ତି। ବର୍ତମାନ ସସ୍ମିତା ପାଖରେ ୪ ବର୍ଷର ଏକ ଗୋଟିଏ ଝିଅ ଅଛି। ଏନେଇ ପୁଲିସ ଥାନାରେ କେସ ରୁଜୁ କରିବା ପରେ ଜୟନ୍ତୀଙ୍କୁ ଥାନାକୁ ଆଣି ପଚରାଉଚୁରା କରିଛି। ଅନ୍ୟ ପକ୍ଷରେ ଅମନକୁ ଲାଳନ ପାଳନ ପାଇଁ କୋର୍ଟରେ ଲେଖାପଢ଼ା ପରେ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ଜୟନ୍ତୀ ପୁଲିସ ଆଗରେ ପ୍ରକାଶ କରିଛି। ତେବେ ପୁଲିସ ତଦନ୍ତ ଜାରି ରଖିଛି।
ନାତିକୁ ବିକିଦେଲା ଆଈ!
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)