ବଡ଼ ଓଷାରେ ଧବଳେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଖୋର୍ଧା,: ବଡ଼ ଓଷା ପର୍ବ ପାଇଁ ଖୋର୍ଧା ଗୁରୁଜଙ୍ଗଠାରେ ଥିବା ପ୍ରସିଦ୍ଧ ଶ୍ରୀଶ୍ରୀଧବଳେଶ୍ୱରଙ୍କ ପୀଠରେ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଜି ଭୋର୍‌ ପ୍ରାୟ ୩ଟାରେ ମନ୍ଦିରର ନୀତିକାର୍ଯ୍ୟ ସମ୍ପନ୍ନ କରାଯିବା ପରେ ଶ୍ରୀଶ୍ରୀ ଧବଳେଶ୍ୱର ବାବାଙ୍କୁ ପାରମ୍ପରିକ ରୀତିନୀତିରେ ପୂଜାର୍ଚନା କରାଯାଇଥିଲା। ଭୋର୍‌ ୪ଟାରୁ ମନ୍ଦିରରେ ଶ୍ରଦ୍ଧାଳୁମାନେ ଦିଅଁ ଦର୍ଶନ କରିଥିଲେ। ଭକ୍ତମାନଙ୍କ ଶୃଙ୍ଖଳିତ ଦେବଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରାଯାଇଥିଲା। ପତିତପାବନ ମନ୍ଦିରଠାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ୧୫ଜଣ ଅଫିସର୍‌ଙ୍କ ସମେତ ୨ ପ୍ଲାଟୁନ ଫୋର୍ସ ଆଇନଶୃଙ୍ଖଳା ଦାୟିତ୍ଵରେ ରହିଥିଲେ। ଏତଦ୍‌ବ୍ୟତୀତ ବାବାଙ୍କ ପାଖରେ ମାନସିକଧାରୀମାନଙ୍କ ଅଟକାଳି ଭୋଗଲାଗିର ବ୍ୟବସ୍ଥା କରାଯାଇଥିଲା। ତିନି ଦିନ ଧରି ଧବଳେଶ୍ୱର ପୀଠରେ ବଡ଼ଓଷା ପର୍ବ ଓ କାର୍ତିକ ପୂର୍ଣ୍ଣିମା ପାଳନ କରାଯିବା ଅବସରରେ ସେଠାରେ ପ୍ରବଳ ଜନଗହଳି ଲାଗି ରହିଥିଲା। ଏହାସହ ମନ୍ଦିର ନିକଟରେ ପ୍ରାୟ ୨ଶହରୁ ଅଧିକ ଅସ୍ଥାୟୀ ଷ୍ଟଲ ପଡ଼ି ବିଭିନ୍ନପ୍ରକାର ଘରକରଣା ସାମଗ୍ରୀ, ଖେଳ ସାମଗ୍ରୀ, ମନୋହରୀ ସାମଗ୍ରୀ ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର