ପ୍ରାର୍ଥୀପତ୍ର ଦାଖଲ କଲେ ବଦ୍ରି ନାରାୟଣ ପାତ୍ର , ଆଉ କିଛି ସମୟପରେ ପ୍ରାର୍ଥୀପତ୍ର ଦାଖଲ କରିବେ ପିସିସି ସଭାପତି ନିରଂଜନ ପଟ୍ଟନାୟକ

ଘସିପୁରା : ଘସିପୁରା ବିଜେଡି ପ୍ରାର୍ଥୀ ତଥା ଗଣ ଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ସହ ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବଦ୍ରିଙ୍କୁ ଟକ୍କର ଦେବେ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ । ସେ ଆଉ କିଛି ସମୟ ପରେ ସେଠାରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବାର ସୂଚନା ମିଳିଛି। ଏହି ଅବସର ଏକ ବିଶାଳ ଶୋଭାଯାତ୍ରା କରାଯାଇଛି ।

ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ନିର୍ବାଚନ ଲଢ଼ିବେ । ଭଣ୍ଡାରିପୋଖରୀ ସମେତ ଘସିପୁରା ଆସନରୁ ନିରଂଜନ ନିର୍ବାଚନ ଲଢ଼ିବେ ।ଆଜି ଘଷିପୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବା ସହ ଆସନ୍ତା ୮ ତାରିଖରେ ଭଣ୍ଡାରିପୋଖରୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ବୋଲି ସୂଚନା ମିଳିଛି । ପୂର୍ବରୁ ଭଣ୍ଡାରିପୋଖରୀରୁ ଲଢ଼ିବା ନେଇ ସ୍ଥିର ହୋଇଥିବା ବେଳେ ଘସିପୁରା ଆସନରୁ ଲଢ଼ିବା ପାଇଁ ନିଷ୍ପତି ନେଇଛନ୍ତି ନିରଂଜନ । ସେହିପରି ଘସିପୁରା ପାଇଁ ବିଜେପି ପକ୍ଷରୁ ପୃଥ୍ୱୀରାଜ କହଁରଙ୍କୁ ପ୍ରାର୍ଥୀ କରାଯାଇଛି ।

ସମ୍ବନ୍ଧିତ ଖବର