ବଂଶୀଭର୍ତି ବ୍ୟାଗ୍‌ ମିଳିଛି

0 55

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ୍‌ ନିକଟରେ ଅଟୋରିକ୍ସା ମଧ୍ୟରୁ ଏକ ବ୍ୟାଗ୍‌ ମିଳିଛି। ସେଥିରେ କିଛି ବଂଶୀ ରହିଛି। ବ୍ୟାଗ୍‌ ପାଇଥିବା ଅଟୋ ଚାଳକ (ଓଆର୍‌ଓ୨ ଏଆର୍‌୧୬୧୪) ରାମଚନ୍ଦ୍ର ପ୍ରଧାନ ଉକ୍ତ ବ୍ୟାଗ୍‌କୁ ‘ସମ୍ବାଦ’କୁ ଦେଇଛନ୍ତି। ଶ୍ରୀ ପ୍ରଧାନଙ୍କ କହିବା ଅନୁଯାୟୀ ୧୫ଦିନ ତଳେ ସେ ଅଟୋ ନେଇ ଜୟଦେବ ବିହାରରୁ ରେଲ୍‌ଓ୍ଵ ଷ୍ଟେସନ୍‌ ଯାଉଥିଲେ। ରେଲ୍‌ଓ୍ଵ ଷ୍ଟେସନ୍‌ରେ ସମସ୍ତ ଯାତ୍ରୀ ଓହ୍ଲାଇଯିବା ପରେ ଶ୍ରୀ ପ୍ରଧାନ ତାଙ୍କ ଅଟୋରେ ଏକ ବ୍ୟାଗ୍‌ ରହିଯଇଥିବା ଦେଖିଥିଲେ। ବ୍ୟାଗ୍‌ରେ ମୂଲ୍ୟବାନ୍‌ ବଂଶୀ ଥିବା ଦେଖିଥିଲେ। ଯଦି କୌଣସି ବ୍ୟକ୍ତିଙ୍କର ବଂଶୀ ଭର୍ତ୍ତି ବ୍ୟାଗ୍‌ ହଜିଥାଏ, ତେବେ ଉପଯୁକ୍ତ ପ୍ରମାଣ ଦେଖାଇ ‘ସମ୍ବାଦ’ ଭବନ, ରସୁଲଗଡ଼ ଭୁବନେଶ୍ୱରୁ ଏହାକୁ ସଂଗ୍ରହ କରିପାରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.