ବୈଜୟନ୍ତଙ୍କ ଟ୍ଵିଟ୍‌କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶୋକ ପ୍ରକାଶ କରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏକ ଟ୍ଵିଟ୍‌ କରିଛନ୍ତି। ଏହି ଟ୍ଵିଟ୍‌ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏଥିରେ ସେ ଦର୍ଶାଇଛନ୍ତି, ବହୁ ବର୍ଷ ଧରି ସେ ‘ଭୁଲ୍‌ ଦଳରେ ଠିକ୍‌ ମଣିଷ’ ଥିଲେ। କିନ୍ତୁ ମୁଁ ଯେତେବେଳେ ସଂସଦରେ ପ୍ରବେଶ କଲି, ସେତେବେଳେ ସେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହୋଇସାରିଥିଲେ। ତେବେ ବୈଜୟନ୍ତ ‘ଭୁଲ୍‌ ଦଳରେ ଠିକ୍‌ ମଣିଷ’ ବୋଲି କାହିଁକି ଦର୍ଶାଇଲେ, ତାହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜେ ବୈଜୟନ୍ତ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା ବେଳେ ସେହି ଦଳକୁ ‘ଭୁଲ୍‌ ଦଳ’ ବୋଲି ଦର୍ଶାଇବାକୁ ରାଜନୈତିକ ମହଲରେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର