ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମିଥ୍ୟା ସତ୍ୟପାଠ ମାମଲା: ତଦନ୍ତ ଲାଗି ପୁଲିସକୁ ନିର୍ଦ୍ଦେଶ ଦେଲେ କୋର୍ଟ

କେନ୍ଦ୍ରାପଡ଼ା : ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନ ସମୟରେ କରିଥିବା ମିଥ୍ୟା ସତ୍ୟପାଠର ତଦନ୍ତ ହେବ। ଏ ନେଇ କେନ୍ଦ୍ରାପଡା ଏସଡ଼ିଜିଏମ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ସରି ମେ ୨୫ ସୁଦ୍ଧା ରିପୋର୍ଟ ଦେବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସଂସଦ ବୈଜୟନ୍ତ ପଣ୍ଡାଙ୍କ ଅଡୁଆ ବଢ଼ାଇଛି।

ସୁଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ କେନ୍ଦ୍ରାପଡା ଏସଡ଼ିଜିଏମ କୋର୍ଟରେ ମାମଲା ଦାୟର କରାଯାଇଥିଲା । ଅଭିଯୋଗ ଅନୁସାରେ, ସାଂସଦ ହେବା ସହ ଇମ୍ଫାର ଉପସଭାପତି ପଦବିରେ ରହି କୋଟି କୋଟି ଟଙ୍କା ଦରମା ନେଇଥିଲେ ବୈଜୟନ୍ତ । ତେବେ ନିର୍ବାଚନ ସତ୍ୟପାଠରେ ଏହି ସୂଚନା ଦେଇନଥିଲେ । ଏହି ତଥ୍ୟ ଲୁଚାଇ ସେ କେନ୍ଦ୍ରାପଡ଼ା ଲୋକସଭାମଣ୍ଡଳୀର ଲୋକଙ୍କୁ ଠକିଥିବା ଅଭିଯୋଗ କରିଥିଲେ ଦିଲ୍ଲୀପ କୁମାର ଦାସ ନାମକ ଜଣେ ବ୍ୟକ୍ତି ।ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏପରି କାର୍ଯ୍ୟ ଲୋକ ପ୍ରତିନିଧି ଆଇନର ଧାରା ୧୨୫(କ)ର ଉଲଂଘନ କରୁଥିବା ସେ ଅଭିଯୋଗ କରିଥିଲେ ।

HuffPost India

ଜିଲ୍ଲା ବିଜେଡ଼ି ନେତା ମଧ୍ୟ ସାଂସଦଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ । ବୈଜୟନ୍ତଙ୍କୁ ଏବେ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ପ୍ରଥମେ ବୈଜୟନ୍ତଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିଲା ବିଜେଡ଼ି । ଏହାପରେ ବୈଜୟନ୍ତଙ୍କ ସମର୍ଥକ ଜଣ ଜଣ କରି ସାଂସଦଙ୍କ ହାତ ଛାଡ଼ିଥିଲେ । ଏପରିକି କିଛି ଦିନ ପୂର୍ବେ ବୈଜୟନ୍ତଙ୍କ ରାଜନୈତିକ ସଂଯୋଜକ ଦେବାଶିଷ ମଲ୍ଲିକ ନିଜ ପଦରୁ ଇସ୍ତଫା ଦେବା ସହ ସାଂସଦଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ଏହା ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା ।

ସମ୍ବନ୍ଧିତ ଖବର