ଏଥର ଭାଲେଣ୍ଟାଇନ ଡେ’କୁ ବିରୋଧ କରିବନି ବଜରଙ୍ଗ ଦଳ!

ଏହି ଦିନ ପ୍ରେମୀ ଯୁଗଳଙ୍କୁ କରିବ ସଚେତନ, ବନ୍ଦ ରହିବ ନାହିଁ ରାଜଧାନୀର କୌଣସି ମଲ କିମ୍ବା ପାର୍କ

ଭୁବନେଶ୍ୱର : ରାତିପାହିଲେ ପ୍ରେମ ଦିବସ ବା ଭାଲେଂଟାଇନ ଡେ । ତେବେ ପ୍ରତିବର୍ଷ ଏହି ଦିନ ଆସିଲେ ପ୍ରେମୀ ଯୁଗଳଙ୍କ ମନରେ ଥାଏ ବଜରଙ୍ଗ ଦଳର ଭୟ । କିନ୍ତୁ ଏଥର ଭାଲେଂଟାଇନ ଡେ ବା ପ୍ରେମ ଦିବସକୁ ବିରୋଧ କରିବ ନାହିଁ ବଜରଙ୍ଗ ଦଳ । ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ପକ୍ଷରୁ ଏହି ଘୋଷଣା କରାଯାଇଛି । ଅତୀତରେ ପ୍ରେମ ଦିବସକୁ ଟାର୍ଗେଟ କରି କିଛି ବ୍ୟକ୍ତିବିଶେଷ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହି ଦଳର ନାଁକୁ ବଦନାମ କରିଥିବା ଅଭିଯୋଗ ହୋଇଛି ।

ତେଣୁ ଚଳିତ ବର୍ଷ ବଜରଙ୍ଗ ଦଳ ପକ୍ଷରୁ କୌଣସି ପାର୍କ, ସିନେମା ହଲ, ମଲ୍ କିମ୍ବା ରାସ୍ତାଘାଟ ଆଦି କୌଣସି ସ୍ଥାନରେ ପ୍ରେମୀ ଯୁଗଳମାନଙ୍କୁ ବିରୋଧ କରାଯିବ ନାହିଁ । ବରଂ ସଚେତନତା କାର୍ଯ୍ୟକ୍ରମ କରିବାକୁ ଦଳ ଯୋଜନା ରଖିଛି । ଅନ୍ୟପଟେ ପ୍ରେମ ଦିବସରେ ରାଜଧାନୀର କୌଣସି ମଲ କିମ୍ବା ପାର୍କ ବନ୍ଦ ରହିବ ନାହିଁ । କମିଶନରେଟ ପୋଲିସ ପକ୍ଷରୁ ପ୍ରାୟ ୧୨ରୁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । କୌଣସି ଦଳ କିମ୍ବା ସଙ୍ଗଠନ ପ୍ରେମୀ ଯୁଗଳଙ୍କୁ ମାରପିଟ ଅଭିଯୋଗ ଆସିଲେ ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି ।

ସମ୍ବନ୍ଧିତ ଖବର