ବଲାଙ୍ଗୀର ଛାତ୍ରୀଙ୍କୁ ଗୁଜୁରାଟରେ ହତ୍ୟା! କ୍ରାଇମ୍‌ବ୍ରାଞ୍ଚରେ ମା’ର ଏତଲା

କଟକ : ବଲାଙ୍ଗୀରର ଜଣେ ନାବାଳିକା କଲେଜ୍‌ ଛାତ୍ରୀଙ୍କୁ ଅପହରଣ କରି ନେଇ ଗୁଜରାଟରେ ହତ୍ୟା କରାଯାଇଛି। ଦୁଇ ବର୍ଷ ତଳେ ଘଟିଥିବା ଏଭଳି ଏକ ଘଟଣା ସଂପର୍କରେ ଝିଅର ମା’ କ୍ରାଇମବ୍ରାଞ୍ଚ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚର ମାନବ ଚାଲାଣ ନିରୋଧ ସେଲ୍‌ ଏହି ମାମଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ ବଲାଙ୍ଗୀର ସଇଁତଳା ଅଞ୍ଚଳରେ ରୁହନ୍ତି ଇନ୍ଦ୍ରାଣୀ ଦାସଙ୍କ ପରିବାର। ଇନ୍ଦ୍ରାଣୀଙ୍କ ସ୍ୱାମୀ ଲୋକନାଥଙ୍କ ପରଲୋକ ଘଟିଛି। ତାଙ୍କର ୧୭ ବର୍ଷିୟା ଝିଅ ସଇଁତଳା କଲେଜ୍‌ରେ ଯୁକ୍ତ ଦୁଇ ପଢ଼ୁଥିବା ବେଳେ ଟିଟିଲାଗ଼ଡ଼ରେ କମ୍ପ୍ୟୁଟର କ୍ଲାସ କରିବାକୁ ଯାଉଥିଲେ। ୨୦୧୬, ସେପ୍ଟେମ୍ବର ୩ ତାରିଖରେ ଝିଅ କମ୍ପ୍ୟୁଟର କ୍ଲାସ କରିବାକୁ ଯାଇଥିବା ବେଳେ ତାଙ୍କୁ ସ୍ଥାନୀୟ ଅଞ୍ଚଳର ବିନାୟକ ପୁଞ୍ଜି ନାମକ ଜଣେ ଯୁବକ ଅପହରଣ କରିନେଇଥିଲା। ଏ ସମ୍ପର୍କରେ ପରିବାର ଲୋକେ ସେପ୍ଟେମ୍ବର ୧୬ ତାରିଖରେ ବଡ଼ମାର ଫାଣ୍ଡିରେ ଅଭିଯୋଗ କରିଥିଲେ। ଅପହରଣର ଚାରି ମାସ ପରେ ଝିିଅ ଏକ ଅଜଣା ନମ୍ବରରୁ ଫୋନ୍‌ କରିଥିଲେ। ଗୁୁଜୁରାଟ୍‌ର ରାଜକୋଟ୍‌ରେ ତାଙ୍କୁ ବିନାୟକ ବନ୍ଦୀ କରି ରଖିବା ସହିତ ନିର୍ଯାତନା ଦେଉଥିବା ସେ ପରିବାର ଲୋକଙ୍କୁ କାନ୍ଦି କାନ୍ଦି ଜଣାଇଥିଲେ। ଖବର ପାଇ ପରିବାର ଲୋକେ ରାଜ୍‌କୋଟରେ ପହଞ୍ଚି ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର କୌଣସି ପତ୍ତା ମିଳିନଥିଲା କି ଫୋନ୍‌ କରିଥିବା ନମ୍ବରେ ପୁନଃ ଯୋଗାଯୋଗ ହୋଇପାରିଲା ନାହିଁ। ଏ ସମ୍ପର୍କରେ ବଡ଼ମାର୍‌ ଫାଣ୍ଡି, ସଇଁତଳା ଥାନା ପୁଲିସ ଏବଂ ବଲାଙ୍ଗୀର ଜିଲ୍ଲା ଏସ୍‌ପିଙ୍କୁ ଭେଟି ବାରମ୍ବାର ଅଭିଯୋଗ କରିଥିଲେ। ପୁଲିସ ବର୍ଷେ ପରେ ଅଭିଯୁକ୍ତ ବିନାୟକକୁ ଗିରଫ କରିଥିଲା । କିନ୍ତୁ ଝିଅର ଖୋଜଖବର ମିଳୁନଥିବା ପୁଲିସ କହିଥିଲା । ବିନାୟକ ବି ପୁଲିସକୁ କୌଣସି ପ୍ରକାର ସୂଚନା ଦେଇନଥିଲା । ଇନ୍ଦ୍ରାଣୀ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ରାଜକୋଟ୍‌ ବିନାୟକ ଅପହରଣ କରି ନେଇଥିଲା । ସେଠି ଝିଅକୁ ସେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବଲାଙ୍ଗୀର ଏସ୍‌ପି ଏବଂ ସ୍ଥାନୀୟ ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣିନଥିବା ଇନ୍ଦ୍ରାଣୀ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର