ପାର୍ସଲ ବୋମା ବିସ୍ଫୋରଣ ମାମଲାର ନୂଆମୋଡ, ଭଇଁସାପଡା କଲେଜର ଇଂରାଜୀ ଅଧ୍ୟାପକଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବଲାଙ୍ଗୀର: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଘଟଣାରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ ମୃତ୍ୟୁ ହୋଇଥିଲା। ତେବେ ଏହାକୁ ନେଇ ଅନୁସନ୍ଧାନ ଏଯାବତ୍‌ ଜାରି ରହିଥିବା ବେଳେ ଏବେ ଏହି ଘଟଣାକୁ ନେଇ ଏକ ଆଉ ଏକ ନୂଆ ମୋଡ ନେଇଛି। ପାଟଣାଗଡା ମେହେରପଡାରୁ ଭଇଁସାପଡା କଲେଜ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇ ଜେରା କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ସୌମ୍ୟ ଶେଖରଙ୍କ ମାଁ ମଧ୍ୟ ଭଇଁସା କଲେଜର ଅଧ୍ୟାପିକା ଅଛନ୍ତି । ଗତ ଫେବ୍ରୁଆରି ମାସ ୨୩ ତାରିଖରେ ପାଟଣାଗଡ଼ ଅଞ୍ଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ ।

ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍‌ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ । ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା ପ୍ରାଣ ହରାଇଥିଲେ । ରୀମ ଗୁରୁତର ହୋଇ ଏସସିବିରେ ଭର୍ତ୍ତ ହୋଇଥିଲେ । ଇତିମଧ୍ୟରେ ରିମାଙ୍କ ଏସସିବିରୁ ଡିସଚାର୍ଜ କରିଦିଆଇଛି । ଘଟଣାକୁ ପାଖାପାଖି ଦୁଇମାସ ବିତିଯାଇଥିଲେ ବି ଘଟଣା ଉପରୁ ପରଦା ହଟିପାରିନାହିଁ । ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚ ନେଇଛି । ଏବେ ଭଇଁସାପଡା କଲେଜ ଅଧ୍ୟାପକଙ୍କୁ ପଚରା ଉଚରା କରିବା ପରେ ପୁରା ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର