ଚଳିତ ବର୍ଷରୁ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜରେ ହେବ ନାମଲେଖା: ଅନୁମତି ଦେଲା ଏମ୍‌ସିଆଇ

ଭୁବନେଶ୍ୱର: ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜରେ ୨୦୧୮-୧୯ ଶିକ୍ଷାବର୍ଷରେ ନାମଲେଖା ହେବ। ଏଥିଲାଗି ଅନୁମତି ପତ୍ର ପ୍ରଦାନ କରିଛି ମେଡିକାଲ କାଉନ୍‌ସିଲ ଅଫ ଇଣ୍ଡିଆ। ଆଜି ଏ ନେଇ ବିଧିବଦ୍ଧ ସୂଚନା କାଉନ୍‌ସିଲ ପକ୍ଷରୁ ଜାରି କରାଯାଇଛି। ଏହାଫଳରେ ଏହି ଦୁଇ ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆସିବା ସହ ରାଜ୍ୟରେ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି ହୋଇପାରିବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ବାରିପଦା ଓ କୋରାପୁଟ ମେଡିକାଲ କଲେଜରେ ୧୦୦ଲେଖାଏଁ ସିଟ୍‌ରେ ନାମଲେଖା ଲାଗି ମେଡିକାଲ କାଉନ୍ସିଲ ଅଫ୍‌ ଇଣ୍ଡିଆ ଅନୁମୋଦନ ପ୍ରଦାନ କରିଛି। ସେହିପରି କଟକ ଏସ୍‌ସିବି ମେଡିକାଲ କଲେଜ ଓ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ୨୫୦ଲେଖାଏଁ ସିଟ୍‌ରେ ନାମଲେଖା ଲାଗି କାଉନ୍ସିଲ ଅନୁମତି ଦେଇଛି। ୨୦୧୮-୧୯ ଶିକ୍ଷାବର୍ଷ ଲାଗି ଏମ୍‌କେସିଜିରେ ୨ଟି ସୁପରସ୍ପେଶିଆଲିଟି ସିଟ୍‌ (ଡିଏମ୍‌- ଏଣ୍ଡୋକ୍ରାଇନୋଲୋଜି) ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର