ବାଲେଶ୍ୱର: ଆଜୀବନ ଏକଦୀଙ୍କ ମାଡ଼ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାଲେଶ୍ୱର: ରବିବାର ପୂର୍ବାହ୍ନରେ ବାଲେଶ୍ୱର କାରାଗାରରେ ଜଣେ ଆଜୀବନ କଏଦୀଙ୍କ ମାଡ଼ରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି।

ଦଉଡ଼ିଭଙ୍ଗାର ୬୦ ବର୍ଷିୟ ରାମଚନ୍ଦ୍ର ଦାସ ମଦ ବେପାର ଅଭିଯୋଗରେ ନଭେମ୍ବର ୯ ତାରିଖରେ ଗିରଫ ହୋଇ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। ସେଠାରେ ଆଜୀବନ କଏଦୀ ଥିବା ଝିଙ୍କିରିଆ ଗ୍ରାମର ଶରତ୍‌ଚନ୍ଦ୍ର ଗିରି ସକାଳ ପ୍ରାୟ ସାଢ଼େ ଦଶଟା ସମୟରେ ହଠାତ୍‌ ଗୋଟାଏ ଇଟା ଆଣି ରାମଚନ୍ଦ୍ରଙ୍କ ମୁଣ୍ଡରେ ଛେଚି ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା।

ଚିକିତ୍ସା କରାଇବାକୁ ଜେଲ୍‌ କର୍ମଚାରୀମାନେ ତାଙ୍କୁ ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାମଚନ୍ଦ୍ରଙ୍କର ମୃତ୍ୟୁ ଘଟିଛି।

ଶରତ୍‌ଚନ୍ଦ୍ରଙ୍କର ମାନସିକ ବିକୃତି ଥିବା କଥା ଜେଲ୍‌ରୁ ଶୁଣିବାକୁ ମିଳୁଥିଲେ ବି ପ୍ରକୃତ ଘଟଣା କ’ଣ ଜାଣିବାକୁ ତଦନ୍ତ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର