୫ ଥରର ବିଧାୟକ ବଳଭଦ୍ର ମାଝୀଙ୍କୁ ମିଳିଲାନିି ଟିକେଟ, କହିଲେ ଦଳ ଛାଡ଼ିବି ନାହିଁ

ଲାଂଜିଗଡ଼: ଲାଂଜିଗଡ଼ ବିଧାୟକ ବଳଭଦ୍ର ମାଝୀ ଟିକେଟ କଟିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ଟିକେଟ କଟିବାରେ ଆଧାର କଣ ସେ ଜାଣିନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସଂଗଠନ ପାଇଁ କାମ କରିବାକୁ କହିଲେ । ସେଥିପାଇଁ ସେ ଦଳରେ ଅଛନ୍ତି ଓ ରହିବେ ବୋଲି କହିଛନ୍ତି । ଦଳକୁ ସୁଦୃଢ କରିବା ପାଇଁ ପ୍ରଦୀପ ଦିଶାରୀଙ୍କୁ ଦଳରେ ମିଶାଇଥିଲି । ଅନ୍ୟମାନଙ୍କ ଭଳି ସେ ଦଳ ଛାଡିକି ଯିବେନି । ଦଳୀୟ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଲାଗି ପ୍ରଚାର କରିବି କି ନାହିଁ ନିଷ୍ପତି ନେଇନଥିବା କହିଛନ୍ତି ବଳଭଦ୍ର ମାଝୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ମୁଁ ସ୍ୱାଗତ କରିବି ।ନିଶ୍ଚିତ କୌଣସି ଜାଗାରେ ମୋର ତ୍ରୁଟି ରହିଯାଇଛି । ତେଣୁ ମୋର ଟିକେଟ କଟିଛି । ଆଉ ଯେଉଁ ଜିତିବା କଥା ନେଇ ପ୍ରଶ୍ନ ଉଠୁଛି ତାହା ସଠିକ ନୁହେଁ । କାରଣ ମୁଁ ଲଗାତାର ଭାବରେ ୧୯୯୦ ମସିହାରୁ ବିଧାୟକ ହୋଇଆସୁଛି । ହେଲେ ମୋର ଦଳର ସଭାପତିଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ଦଳ ପାଇଁ ମତେ ଯେଉଁ କାମ ଦିଆଯିବ ତାହା କରିବି । ଅନ୍ୟ କୌଣସି ଦଳକୁ ଯିବାର ନାହିଁ । ୫ ଥର ବିଧାୟକ ହୋଇଛି । ଟିକେଟ କଟିବା ପରେ ମୋର କର୍ମୀମାନେ ଅସନ୍ତୋଷ ହୋଇଛନ୍ତି । ହେଲେ ସେମାନଙ୍କୁ ମୁଁ ବୁଝାଇଛି ଯେପରି ଆଗାମୀ ଦିନରେ ପୁଣି ଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ, ସେନେଇ ମୁଁ କାମ କରିବି ବୋଲି ବଳଭଦ୍ର କହିଛନ୍ତି ।

ସମ୍ବନ୍ଧିତ ଖବର