Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ବାଲେଶ୍ୱର ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଲା

0 851

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାବଳପୁର ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ୧୨ରେ ପହଞ୍ଚିଛି । କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଆଜି ତିନି ଜଣଙ୍କର ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧୨କୁ ଛୁଇଁଛି । ତେବେ ଏହି ଘଟଣାରେ ଗୁରୁତର ଭାବେ ପୋଡ଼ି ଯାଇଥିବା ଅନ୍ୟ ୪ ଜଣଙ୍କ ଚିକିତ୍ସା କଟକ ବଡ ଡାକ୍ତରଖାନାରେ ଚାଲିଛି । ସେପଟେ ଏହି ଘଟଣାରେ ବାହାବଳପୁର ସାମୁଦ୍ରିକ ଥାନା ଆଇଆଇସିଙ୍କୁ ନିଲମ୍ବିତ କରାଯାଇଛି । ସେ ଆଜି ଘଟଣାସ୍ଥଳକୁ ଯାଇଥିବା ବେଳେ ଉତ୍ୟକ୍ତ ଗାଁ ଲୋକେ ତାଙ୍କୁ ବହୁ ସମୟ ଧରି ଅଟକ ରଖିଥିଲେ । ଗାଁରେ ଚାପା ଉତ୍ତେଜନା ଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ବାଣ ବିସ୍ଫୋରଣରେ ଜଣେ ଆତ୍ମୀୟଙ୍କୁ ହରାଇଥିବା ଜଣେ ସଂପର୍କୀୟ କହନ୍ତି, ବେପାର ଛଡାଇ ନେଲା ଜୀବନ । ବାଣ ବିସ୍ଫୋରଣରେ ଉଜୁଡି ଗଲା ପରିବାର । ବାଲେଶ୍ୱର ବାହାବଳପୁର ବାଣ ବିସ୍ଫୋରଣ ଘଟଣା ପରେ ଗାଁରେ ଏବେ ରାଜୁତି କରୁଛି ଦୁଃଖର ବାତାବରଣ । ଜଳି ଯାଇଥିବା ଘର, ବିକ୍ଷିପ୍ତ ହୋଇପଡିଥିବା ବାରୁଦ ରଖିବା ମାଟିପାତ୍ର ବୟାନ କରୁଛି କେତେ ଭୟାନକ ଥିଲା ବିସ୍ଫୋରଣ ।

ଅଗ୍ନିକାଣ୍ଡରେ ସାଂଘାତିକ ପୋଡିଯିବା ପରେ ୮ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ବଡ ମେଡିକାଲରେ ସମସ୍ତ ଚେଷ୍ଟା ସତ୍ୱେ ଆଜି ଆଉ ୪ ଜଣ ଆଖି ବୁଜି ଦେଇଛନ୍ତି । ଆଲୋକର ପର୍ବ ଦୀପାବଳିକୁ ପାଳନ କରିବା ପାଇଁ ସବୁଠି ଆନନ୍ଦ ଉଲ୍ଲାସର ପରିବେଶ । କିନ୍ତୁ ବାଲେଶ୍ୱରର ଏହି ବାହବଳପୁର ଗାଁ ଗୁମୁରି ଗୁମୁରି କାନ୍ଦୁଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

seven − two =