ବାଲେଶ୍ୱରର ଫେରାର୍‌ ପ୍ରେମୀଯୁଗଳ ସୋସିଆଲ୍‌ ମିଡିଆ ଜରିଆରେ ମାଗିଲେ ସାହାଯ୍ୟ, କାନ୍ଦି କାନ୍ଦି ପୋଷ୍ଟ କଲେ ଭିଡିଓ

ବାଲେଶ୍ୱର: ଏବେ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି ଏକ ଭାଇରାଲ୍‌ ଭିଡିଓ। ଯେଉଁ ଭିଡିଓ ଜରିଆରେ ଏକ ପ୍ରେମୀଯୁଗଳ ନିଜ ପ୍ରେମକୁ ବଞ୍ଚାଇବା ପାଇଁ ନିବେଦନ କରୁଥିବାର ଦେଖିବାକୁ ମିଳୁଛି। ସେମାନେ ପରିବାର ଲୋକଙ୍କ ବିରୋଧରେ ଯାଇ ଘର ଛାଡ଼ି ପଳାଇବା ପରେ ଫେସ୍‌ବୁକ୍‌ରେ ୨ଟି ଭିଡିଓ ଅପ୍‌ଲୋଡ୍ କରିଛନ୍ତି। ସେମାନେ ଘର ଛାଡ଼ିବା ପରେ କିପରି ପରିବାର ଲୋକ ସେମାନଙ୍କୁ ମାରିବା ପାଇଁ ଚକ୍ରାନ୍ତ କରୁଛନ୍ତି ସେ ସଂପର୍କରେ କାନ୍ଦି କାନ୍ଦି ଜଣାଇଛନ୍ତି।

Posted by Ashok Das Muna on Wednesday, April 11, 2018

Posted by Ashok Das Muna on Wednesday, April 11, 2018

ଅନ୍ୟପକ୍ଷରେ ଭିଡିଓଟିରେ ଦୃଶ୍ୟମାନ ହୋଇଥିବା ଲିପ୍‌ସା ଲେଙ୍କାଙ୍କ ପରିବାର ଲୋକଙ୍କ କିନ୍ତୁ ଭିନ୍ନ ମତ ରଖିଛନ୍ତି। ଭିଡିଓରେ ଦେଖିବାକୁ ମିଳିଥିବା ଟୁଲୁ ସିଂହ ନାମକ ଯୁବକ ତାଙ୍କ ନାବାଳିକା ଝିଅକୁ ବଳପୂର୍ବକ ଅପହରଣ କରି ନେଇଛନ୍ତି ବୋଲି ସେମାନେ ନୀଳଗିରି ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ସ୍ଥାନୀୟ ଆର୍‌ଟି ସ୍କୁଲ୍‌ରେ ପଢୁଥିବା ଲିପ୍‌ସା ଟ୍ୟୁସନ୍‌ ସାରି ଘରକୁ ଫେରୁଥିବା ବେଳେ ବାଲିପୋଖରୀ କାହୁଳିଆ ଗ୍ରାମ ମୁଣ୍ଡ ରାସ୍ତାରୁ ଟୁଲୁ ମନ୍ଦ ଉଦ୍ଦେଶ୍ୟ ରଖି ଜୋର୍‌ଜବରଦସ୍ତ ଲିପ୍‌ସାଙ୍କୁ ଉଠାଇ ନେଇଛି ବୋଲି ପରିବାର ଲୋକ ଲେଖାଇଥିବା ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛନ୍ତି। ବାଲେଶ୍ୱରର ନରହରିପୁର ଗ୍ରାମର ପ୍ରାଣକୃଷ୍ଣ ଲେଙ୍କାଙ୍କ ପୁଅ ଗୌତମ ଲେଙ୍କା ପୁଲିସ୍‌ରେ ଏହି ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର