ଯୋଡ଼ାମୁଣ୍ଡ ଶିଶୁ ଅସ୍ତ୍ରୋପଚାର ଘଟଣା: ସ୍ୱତନ୍ତ୍ର ପ୍ରାଇଭେଟ୍‌ ଓ୍ଵାର୍ଡକୁ ଆସିଲା ବଳିଆ

ଭୁବନେଶ୍ୱର: ଏମ୍‌ସରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ ବଳିଆ ଅସ୍ତେ୍‍ାରପଚାର ଦ୍ୱାରା ଅଲଗା ହେବା ପରେ ଜଗାର ସ୍ୱାସ୍ଥ୍ୟ ସ୍ୱାଭାବିକ ହେଉଥିବା ବେଳେ ଏବେ ବି ବଳିଆର ଅବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇ ନାହିଁ। ଦୁଇ ଶିଶୁ ପରସ୍ପର ଠାରୁ ଅଲଗା ହେବାପରେ ପ୍ରଥମେ ଜଗାକୁ ଏମ୍‌ସର ପ୍ରାଇଭେଟ୍‌ ଓ୍‌ାର୍ଡକୁ ସ୍ଥାନାନ୍ତରିତ କରାଯାଇଲା। ଗତକାଲି ବଳିଆକୁ ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇ ଭେଣ୍ଟିଲେଟରରେ ରଖାଯାଇଛି ।ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଗତକାଲଇ ଏମ୍‌ସ ଡାକ୍ତରୀଦଳ ବଳିଆର ଟ୍ରାଚେଓଟୋମି ଅସ୍ତେ୍‍ାରପଚାର କରିଥିଲେ। ତଣ୍ଟିରୁ ଶ୍ୱାସନଳୀ ପର୍ଯ୍ୟନ୍ତ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ଟ୍ରାଚେଓଟୋମି ଦ୍ୱାରା ଏକ ଯନ୍ତ୍ର ଖଞ୍ଜା ଯିବା ପରେ ବଳିଆକୁ ସ୍ୱତନ୍ତ୍ର ପ୍ରାଇଭେଟ୍‌ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଥିଲା।
ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ କ୍ଷତ ଶୋଧନ ପ୍ରକ୍ରିୟା ପରେ ଡାକ୍ତରମାନେ ବଳିଆର ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଚର୍ମ ରୋପଣ କରିଥିଲେ। ଯେଉଁଥିପାଇଁ ଏମ୍‌ସର ଚର୍ମ ବ୍ୟାଙ୍କରୁ ଚର୍ମ ଅଣାଯାଇଥିଲା ତଥା ବଳିଆର ଉପରିଭାଗରେ ଥିବା ଅଦରକାରୀ ଅଶଂକୁ କାଢ଼ି ନିଆଯାଇଥିଲା । ସ୍ୱତନ୍ତ୍ର ପ୍ରାଇଭେଟ୍‌ ଓ୍ଵାର୍ଡରେର ମଧ୍ୟ ବଳିଆର ସ୍ୱାସ୍ଥ୍ୟବସ୍ଥାକୁ ଚବିଶ ଘଣ୍ଟା ମନିଟରିଂ କରାଯାଉଛି। ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ଧିରେ ଧିରେ ଉନ୍ନତି ହୋଇପାରେ ବୋଲି ଡାକ୍ତରୀଦଳ ଆଶା କରୁଛନ୍ତି। ର୍ନିଦ୍ଧିଷ୍ଟ କେତେଦିନ ପର୍ଯ୍ୟନ୍ତ ବଳିଆ ଭେଣ୍ଟିଲେଟରରେ ରହିବ ତଥା ବିପଦ ମୁକ୍ତ ହେବ ଏନେଇ ଏମ୍‌ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଗତକାଲି ପୂବାହ୍ନରେ ବାପା ଭୂୟାଁ କହଁର ବଳିଆକୁ ନ୍ୟୁରୋ ଆଇସିୟୁକୁ ଦେଖିବାପାଇଁ ଯାଇଥିଲେ ଏବଂ ବଳିଆ ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵାର୍ଡକୁ ଫେରିବାପରେ ସେ ଖୁସିବ୍ୟକ୍ତ କରିଛନ୍ତି । ଅପରପକ୍ଷେ ଜଗାପ୍ରତିଦିନ ଉନ୍ନତି କରୁଛି। ଜଗା ଖାଇବା ପିଇବା ସହିତ ମାଆ ଓ ବାପାଙ୍କ ଉପସ୍ଥିତିରେ ଅତ୍ୟନ୍ତ ଖୁସିଥିବା କୁହାଯାଇଛି।

 

ସମ୍ବନ୍ଧିତ ଖବର