ମାଟ୍ରିକ ପାସ୍‌ କଲେ ବାଲିଗୁଡ଼ା ବିଧାୟକ

ତୁମୁଡ଼ିବନ୍ଧ : ମାଟ୍ରିକ ପରୀକ୍ଷାରେ ପାସ୍‌ କରିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ରାଜୀବ ପାତ୍ର । ବୋର୍ଡ ଅଫ ସେକେଣ୍ଡାରୀ, ଓଡ଼ିଶା ଦ୍ୱାରା ପରିଚାଳିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଅଧିନରେ ସେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫଳରେ ବିଧାନସଭାରେ ମାଟି୍ରକ ପଢିି ନଥିବା ବିଧାୟକ ତାଲିକାରୁ ଶେଷରେ ସେ ବାଦ୍‌ ପଡ଼ିଛନ୍ତି। ଗତ କିଛିଦିନ ତଳେ ବିଧାନସଭାରେ ମାଟ୍ରିକ ଫେଲ ବିଧାୟକଙ୍କ ସଂଖ୍ୟାକୁ ନେଇ ଚର୍ଚ୍ଚା ଧରିଥିଲା । ହେଲେ ବାଲିଗୁଡ଼ା ବିଧାୟକ ଶିକ୍ଷାଗତ ଯୋଗ୍ୟତା ବଢାଇବା ସହ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସଫଳ ହୋଇଛନ୍ତି । ଆଗକୁ ଉଚ୍ଚଶିକ୍ଷା ପାଇଁ ଇଚ୍ଛା ପ୍ରକାଶ କରିଥିବା ବିଧାୟକଙ୍କ ଏହି ଉଦ୍ୟମକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି । ବାଲିଗୁଡ଼ା ବିଧାୟକ ରାଜୀବ ପାତ୍ର ମାତ୍ର ଅଷ୍ଟମ ଶ୍ରେଣୀ ପାଠ ପଢିଥିବା ବେଳେ ଗତ ସେପ୍ଟେମ୍ବର ୨୫ ତାରିଖରେ ଜଲେଶପେଟା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଥିଲେ ।

ସମ୍ବନ୍ଧିତ ଖବର