ମାର୍ଚ ୮ ସୁଦ୍ଧା ବାଲିମେଳା ଜଳଭଣ୍ଡାର ଏପି ଟନେଲ ଗେଟ୍‌ର ହେବ ମରାମତି

ମାଲକାନଗିରି : ଆନ୍ଧ୍ରକୁ ପାଣି ଯୋଗାଇବାକୁ ମାଲକାନଗିରି ଜିଲ୍ଲା ବାଲିମେଳା ଜଳ ଭଣ୍ଡାରର ଏପି ଟନେଲ୍‌ ଗେଟ୍‌କୁ ଖୋଲିଦେଲେ। ଦୀର୍ଘ ୪୫ ବର୍ଷ ପରେ ଗତ ଜାନୁଆରି ୧୨ ତାରିଖରେ ଏହି ଗେଟ୍‌ ପ୍ରଥମ ଥର ପାଇଁ ଖୋଲାଯାଇଥିଲା। ତେବେ ଏହାପର ଠାରୁ ଏହି ଗେଟ୍‌ ଆଉ ବନ୍ଦ ହେଉନି। ଫଳରେ ସେକେଣ୍ଡ ଫିଛା ୨୫୦୦ କ୍ୟୁସେକ୍‌ ଜଳ ଆନ୍ଧ୍ରକୁ ଚାଲି ଯାଉଛି। ଜଳସଂପଦ ବିଭାଗ ଏହି ତ୍ରୁଟି ଘଣ୍ଟ ଘୋଡାଇ ରଖିଥିଲା। ତେବେ ଏହା ପଦାକୁ ଆସିବା ପରେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ପକ୍ଷରୁ ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ସ୍ଥିର କରାଯାଇଥିଲା। ଆଜି ଏ ନେଇ ପ୍ରଶାସନ ଏବଂ କଂଗ୍ରେସ ପ୍ରତିନିଧିଙ୍କୁ ନେଇ ଏକ ମିଳିତ ବୈଠକ ହୋଇଥିଲା। ଏହି ବୈଠକରେ ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନାର ମୁଖ୍ୟଯନ୍ତ୍ରୀ ଦୋଷ ସ୍ୱୀକାର କରିବା ସହ ଆସନ୍ତା ମାର୍ଚ ୮ ତାରିଖ ସୁଦ୍ଧା ଜଳ ଅପଚୟ ରୋକାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର