ବ୍ୟାଙ୍କ ଡକାୟତି ଘଟଣା : ଅସନ୍ତୋଷ ଜଣାଇଲେ ଡିଜି

ଏଡିଜିଙ୍କୁ ଅନୁଗୁଳ ଯିବାକୁ ନିର୍ଦ୍ଦେଶ

0 12

ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ହେବ ବୈଠକ

ଭୁବନେଶ୍ୱର : ଅନୁଗୁଳ ଆନ୍ଧ୍ରବ୍ୟାଙ୍କ ଓ ନୟାଗଡ଼ ଗ୍ରାମ୍ୟ ବ୍ୟାଙ୍କରେ ହୋଇଥିବା ବଡ଼ଧରଣର ଡକାୟତି ଘଟଣାକୁ ନେଇ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡିଜି ଶ୍ରୀ ଶର୍ମା ଏଡିଜି (କ୍ରାଇମ୍‌) ସନ୍ତୋଷ ଉପାଧ୍ୟାୟଙ୍କୁ ଏହି ମର୍ମରେ ଏକ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି, ଏଡିଜି କ୍ରାଇମ୍‌ ନିଜେ ଅନୁଗୁଳ ଯାଇ ଏସ୍‌ପିଙ୍କ ସହିତ ତଦନ୍ତ କରନ୍ତୁ। ଅପରାଧୀ ଯେମିତି ବି ହେଲେ ଗିରଫ ହେବା ଦରକାର। କେବଳ ସେତିକି ନୁହେଁ, ବିଭିନ୍ନ ଜିଲ୍ଲାର ଏସ୍‌ପି ଓ ବ୍ୟାଙ୍କକୁ ସର୍କୁଲାର ଜାରି କରିବା ଲାଗି ମଧ୍ୟ ନିର୍ଦେଶ ଆସିଛି।

ଉଲ୍ଲେଖଯୋଗ୍ୟ, ଦୁଇ ଦିନ ତଳେ ଘଟିଥିବା ବ୍ୟାଙ୍କ ଡକାୟତି ରାଜ୍ୟ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲା। ଘଟଣାରୁ ଗମ୍ଭୀରତାର ସହିତ ନେଇ ଡିଜି ଚିଠି ଲେଖି କହିଛନ୍ତି ଯେ ଏଡିଜି (କ୍ରାଇମ୍‌) ତୁରନ୍ତ ସମସ୍ତ ଜିଲ୍ଲା ଏସ୍‌ପି , କମିସନରେଟ ପୁଲିସର ଡିସିପିମାନଙ୍କୁ ଏକ ସର୍କୁଲାର କରନ୍ତୁ। ବ୍ୟାଙ୍କ ସମ୍ମୁଖରେ ପୁଲିସ କର୍ମଚାରୀମାନେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିବା ସହିତ ପାଟ୍ର୍ରୋଲିଂ କରିବା, ଜିଲ୍ଲାରେ ଯେଉଁମାନଙ୍କ ନାଁରେ ଲୁଟପାଟ୍‌, ଛିନ୍‌ତାଇ ଓ ଡକାୟତି ଭଳି ସଙ୍ଗିନ ମାମଲା ରହିଛି ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଲାଗି ଏଥିରେ କୁହାଯିବା ଦରକାର। ଏପରିକି ସେମାନଙ୍କ ମଧ୍ୟରୁ କେଉଁମାନେ ଏବେ କେଉଁଠି ଅଛନ୍ତି, କିଏ ଜେଲ୍‌ରେ ଅଛି, କିଏ ବାହାରେ ଅଛି ତା’ର ତାଲିକା ଏସ୍‌ପି ପ୍ରସ୍ତୁତ କରିବେ।

ସେହିଭଳି ବ୍ୟାଙ୍କମାନକୁ ଏକ ଚିଠି ଜାରି କରିବା ଲାଗି ଡିଜି ନିର୍ଦେଶ ଦେଇଛନ୍ତି। ଜଣାଇଛନ୍ତି ଯେ ବ୍ୟାଙ୍କରେ ସିସିଟିଭି କ୍ୟାମେରା ସଜାଡିବା, ସୁରକ୍ଷାକର୍ମୀ ନିୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯିବା ସହିତ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କ ସଂପର୍କରେ ତଥ୍ୟ ରଖିବା ଦରକାର। ବ୍ୟାଙ୍କ କର୍ତୃପକ୍ଷ ଯେଉଁ ଦିନ ମୋଟା ଅଙ୍କର ଟଙ୍କା କାରବାର କରିବେ ସେହିଦିନ ସେମାନେ ପୁଲିସକୁ ଏ ନେଇ ଅବଗତ କରାଇବାକୁ ବି ଚିଠି କରାଯିବା ଉଚିତ୍‌। ଏଥିସହିତ ଭୁବନେଶ୍ୱରରେ ଥିବା ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କର ରାଜ୍ୟ ମୁଖ୍ୟମାନଙ୍କୁ ନେଇ ଏକ ବୈଠକ କରିବା ଲାଗି ଡିଜି ଶ୍ରୀ ଉପାଧ୍ୟାୟଙ୍କୁ ନିର୍ଦେଶ ଦେଇଛନ୍ତି। ଗତ ୭ ତାରିଖରେ ଅନୁଗୁଳ ଆନ୍ଧ୍ରବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କା ଓ ସୁନଗହଣା, ନୟାଗଡ଼ ରଣପୁର ଗ୍ରାମ୍ୟବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଓ ସୁନାଗହଣା ଆଦି ଡକାୟତି ହୋଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

five × 2 =