ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌ ଉଦ୍ୟମ : ଲୁଟେରାଙ୍କ ମାଡ଼ରେ ୨ କର୍ମଚାରୀ ଆହତ

ବଡ଼ବିଲ : ବଡ଼ବିଲ ଆଲ୍ଲାହାବାଦ ବ୍ୟାଙ୍କ ଶାଖାରେ ଲୁଟ୍‌ ଉଦ୍ୟମ ହୋଇଛି। ସ୍ପଷ୍ଟ ଦିବାଲୋକରେ ୪ ଜଣ ଲୁଟେରା ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନାହାନ୍ତି।

ବଡ଼ବିଲ ସହର ମଝିରେ ରହିଛି ଆଲ୍ଲାହାବାଦ ବ୍ୟାଙ୍କ ଶାଖା। ଦିନ ପ୍ରାୟ ୧୧ଟା। ସବୁଦିନ ଭଳି ବ୍ୟାଙ୍କର ସ୍ବାଭାବିକ କାର୍ଯ୍ୟ ଚାଲିଥିଲା। ହଠାତ ୪ ଜଣ ଯୁବକ ବ୍ୟାଙ୍କରେ ପଶିଥିଲେ। ଜଣେ ପ୍ରଥମେ ବ୍ୟାଙ୍କର ସୁରକ୍ଷା କର୍ମଚାରୀ ବିଜୟ ବିଶ୍ବକର୍ମାଙ୍କୁ ବନ୍ଧୁକ ଦେଖାଇଥିଲା। ଅନ୍ୟଜଣେ ସୁରକ୍ଷା କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲା। ଅନ୍ୟ ଦୁଇ ଦୁର୍ବୃତ୍ତ ବ୍ୟାଙ୍କ କ୍ୟାସିଅର ଲକ୍ଷ୍ମୀନାରାୟଣ ନାଏକଙ୍କୁ କ୍ୟ‌ାସ୍ ଡ୍ରୟାରର ଚାବି ମାଗିଥିଲେ। ସେ ଚାବି ନଦେବାରୁ ଦୁହେଁ ତାଙ୍କୁ ମାଡ଼ ମାରିଥିଲେ। ଫଳରେ କ୍ୟାସିଅର ଶ୍ରୀ ନାଏକଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ସୁରକ୍ଷାକର୍ମୀ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ମାତ୍ର ବ୍ୟାଙ୍କ ଟଙ୍କା ଲୁଟିବାରେ ଦୁର୍ବୃତ୍ତମାନେ ସଫଳ ହୋଇନଥିଲେ। ଏହି ଘଟଣା ପରେ ଦୁର୍ବୃତ୍ତମାନେ ପଡ଼ୋଶୀ ଝାଡ଼ଖଣ୍ଡକୁ ପଳେଇଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର