ଧର୍ମଘଟକାରୀ ଓକିଲଙ୍କୁ ହେଲ୍‌ମେଟ୍‌ରେ ପିଟିଲେ ବ୍ୟାଙ୍କ୍‌ ମ୍ୟାନେଜର୍‌

ସମ୍ବଲପୁର: ଆଜି ପୂର୍ବାହ୍ନରେ ସ୍ଥାନୀୟ ଜେ. ପି. ରୋଡ୍‌ସ୍ଥିତ ଏକ ବ୍ୟାଙ୍କ୍‌ର ମ୍ୟାନେଜର୍‌ ଜଣେ ଧର୍ମଘଟକାରୀ ଓକିଲଙ୍କୁ ହେଲ୍‌ମେଟ୍‌ରେ ପିଟିଛନ୍ତି।

ଏ ବିଷୟରେ ଆଡ୍‌ଭୋକେଟ୍‌ ମଧୁସୂଦନ ମିତ୍ର ବ୍ୟାଙ୍କ୍‌ ମ୍ୟାନେଜର ସୌମ୍ୟସେନ ପୁରୋହତିତଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ହାଇକୋର୍ଟ ବେଞ୍ଚ୍‌ ଦାବି କରି ଓକିଲମାନେ ମାସର ଶେଷ ତିନୋଟି କାର୍ଯ୍ୟ ଦିବସରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ କାର୍ଯ୍ୟାଳୟ, ବୀମା ଓ ବ୍ୟାଙ୍କ୍‌ ପ୍ରତିଷ୍ଠାନ ଆଦି ବନ୍ଦ ରଖିବାକୁ ଅନୁରୋଧ କରିଥିଲେ।

Agitators stops judge going to court

ଗୁରୁବାର ଦିନ ଠାରୁ ଏ ମାସର ବନ୍ଦ ଆରମ୍ଭ ବେଳେ ଓକିଲମାନେ ଶୁଣିବାକୁ ପାଇଲେ କି, ଜେ. ପି. ରୋଡ୍‌ର ବନ୍ଧନ ବ୍ୟାଙ୍କ୍‌ ଖୋଲା ରହିଛି। ସେଠାରେ ପହଞ୍ଚି ଓକିଲମାନେ ପିକେଟିଙ୍ଗ୍‌ କରୁଥିଲେ।

ଏତିକି ବେଳେ ବ୍ୟାଙ୍କ୍‌ ସମ୍ମୁଖ ରାସ୍ତାରେ ମଧୁସୂଦନ ଠିଆ ହୋଇ ଅନ୍ୟ ଜଣେ ଓକିଲଙ୍କ ସହ କଥାବାର୍ତ୍ତା କରୁଥିଲେ। ବ୍ୟାଙ୍କ୍‌ ମ୍ୟାନେଜର୍‌ ସୌମ୍ୟସେନ ସେଠାକୁ ଯିବାରୁ କୌଣସି କଥାରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୌମ୍ୟସେନ ହେଲ୍‌ମେଟ୍‌ ଯୋଗେ ତାଙ୍କୁ ପିଟିଥିଲେ।

ସମ୍ବନ୍ଧିତ ଖବର