ବାଙ୍କଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ ଉତ୍ଥାପନ ଦିବସରେ ଶ୍ରୀଜୀଉଙ୍କ ବାଙ୍କଚୂଡ ବେଶ ଅନୁଷ୍ଠିତ ହେଉଛି। ପ୍ରତ୍ୟେହ ଅବକାଶ ଓ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ସ୍ୱର୍ଣ୍ଣ ଅଳଙ୍କାର ସହିତ ଶୀତଋତୁ ପାଇଁ ତିନି ଠାକୁରଙ୍କ ମସ୍ତକରେ ପାଟବସ୍ତ୍ରରେ ଟୋପି କରାଯାଇ ସ୍ୱର୍ଣ୍ଣକିଆ ଖଞ୍ଜାଯାଇ ତିନି ଠାକୁରଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯାଏ। ଶ୍ରୀଜୀଉଙ୍କ ବାଙ୍କଚୂଡ଼ ବେଶ କରିବା ପାଇଁ ପାଖାପାଖି ତିନିଘଣ୍ଟାର ସମୟ ଲାଗିଥାଏ। ଶ୍ରୀଜିଉଙ୍କ ଦକ୍ଷିଣ ପାର୍ଶ୍ୱ ଚୁଳରେ ଏକ ବଡ ଖୋସା କରାଯାଇଥାଏ। ତେବେ ବର୍ଷକୁ ଥରେ ଶ୍ରୀଜୀଉଙ୍କୁ ବାଙ୍କଚୂଡ଼ ବେଶ କରାଯାଉଥିବାରୁ ଭକ୍ତ ଏହି ବେଶକୁ ଦେଖିବା ପାଇଁ ଶ୍ରୀମନ୍ଦିରକୁ ଛୁଟି ଆସିଥାଆନ୍ତି।

ଏପଟେ ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ବ୍ରତଧାରୀଙ୍କ ବେଶ ଭିଡ ଜମିଛି । ପଞ୍ଚୁକ ସମୟରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ କରାଯାଉଥିବା ବେଳେ ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ଅନୁଷ୍ଠିତ ହୋଇଥିଲା। ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ପଞ୍ଚକ ପାଞ୍ଚ ଦିନରେ ଶ୍ରଦ୍ଧାଳୁମାନେ ମହୋଦଧୀରେ ସ୍ନାନ କରି ଶ୍ରୀଜୀଉଙ୍କ ଦର୍ଶନ କଲେ ଅହେତୁକ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।

 

ସମ୍ବନ୍ଧିତ ଖବର