କଟକ: ଗୁରୁବାର-ଶୁକ୍ରବାର ରାତିରେ ବାଙ୍କୀର ପାଳପୁଟ ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁଁ ୧୨ ବଖରା ଘର ପୋଡ଼ି ଯାଇଛି।
ରାତି ସାଢ଼େ ଗୋଟାଏ ପରେ ପ୍ରଥମେ ନୀଳମଣି ଜେନାଙ୍କ ଘରେ ନିଅାଁ ଲାଗିଥିବା ଜଣାପଡ଼ିଛି। ସେଠାରୁ ନିଅାଁ ପଡ଼ୋଶୀମାନଙ୍କ ଘରକୁ ଚରିଯିବାରୁ ଅଗ୍ନିକାଣ୍ଡ ଭୟାବହ ରୂପ ନେଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଖବର ପାଇ ଆଠଗଡ଼, ବାଙ୍କୀ, ତିଗିରିଆ, କଟକ ଆଦି ସ୍ଥାନରୁ ୭ଟି ଦମକଳ ବାହିନୀ ଆସି ନିଅାଁ ଲିଭାଇ ଥିଲେ। ଦୀର୍ଘ ତିନି ଘଣ୍ଟା ଉଦ୍ୟମ କରିବା ପରେ ସେମାନେ ସମ୍ପୂର୍ଣ୍ଣ ରୂପେ ନିଅାଁ ଲିଭାଇବାକୁ ସମର୍ଥ ହୋଇଥିଲେ। କିନ୍ତୁ, ସେତେବେଳକୁ ପାଳପୁଟ ଗାଁ’ର ୧୨ଟି ଘର ପୋଡ଼ି ଭସ୍ମ ହୋଇ ଯାଇଥିଲା। ଏଥିଯୋଗୁଁ ୧୫ ପରିବାର ସର୍ବଶାନ୍ତ୍ୱ ହୋଇ ଯାଇଛନ୍ତି। ଘରପୋଡ଼ିରେ ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଯାଇଛି। ବିଜୁଳି ସର୍ଟ ସର୍କିଟ୍ ଯୋଗୁଁ ନିଅାଁ ଲାଗିଥିବା ସନ୍ଦେହ କରାଯାଉଛି।
ଘଟଣା ଅନୁଧ୍ୟାନ କରିବାକୁ ସ୍ଥାନୀୟ ତହସିଲ୍ଦାର ପାଳପୁଟ ଗସ୍ତରେ ଅଛନ୍ତି।