ବାଙ୍କୀ: ମାଙ୍କଡ଼ ନେଇଛି ବୋଲି କୁହାଯାଉଥିବା ଶିଶୁର ଶବ କୂଅରୁ ଉଦ୍ଧାର

କଟକ: ଗତକାଲି ବାଙ୍କୀ ଅଞ୍ଚଳର ଡମପଡ଼ା ବ୍ଲକ୍‌ ଅନ୍ତର୍ଗତ ତାଳବସ୍ତ ପାଟଣା ସାହିରେ ମାଙ୍କଡ଼ ନେଇ ଯାଇଛି ବୋଲି ଚହଳ ପଡ଼ିଥିବା ରାମକୃଷ୍ଣ ନାୟକଙ୍କ ୧୬ ଦିନର ଶିଶୁ ପୁତ୍ରର ଶବ ଆଜି ସକାଳୁ ତାଙ୍କ ବାଡ଼ିରେ ଥିବା କୂଅରୁ ଉଦ୍ଧାର କରାଯାଇଛି।

ମୃତ ଶିଶୁର ପିଉସୀ ଆଜି ସକାଳୁ ମଟର୍‌ ଚଲାଇବାକୁ ଯାଇ କୂଅ ଭିତରକୁ ଚାହିଁ ଦେବାରୁ ତା’ର ଶବ ଭାସୁଥିବାର ଦେଖି ଥିଲେ। ସେ ଏ କଥା ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ବାଲ୍‌ତି ସାହାଯ୍ୟରେ ଶବ ଉଦ୍ଧାର କରିଥିଲେ।

ଏ ଘଟଣା ପ୍ରଚାରିତ ହେବା ପରେ ଗ୍ରାମବାସୀମାନେ ଏବେ ରାମକୃଷ୍ଣଙ୍କ ଦୁଆରେ ରୁଣ୍ଡ ହୋଇଛନ୍ତି। ଶୋକସନ୍ତପ୍ତ ପରିବାର ଘରେ କବାଟ କିଳି ରହିଥିବା ପ୍ରକାଶ।
ଶିଶୁ ନିଖୋଜ ହୋଇଥିବା ଘଟଣା ଗତ ସନ୍ଧ୍ୟାରେ ଥାନାରେ ରିପୋର୍ଟ କରିଥିବା ବନ ବିଭାଗ ଲୋକେ ପାଟଣା ସାହିରେ ପହଞ୍ଚି ସାରି ଛନ୍ତି। ଏବେ ପୁଲିସକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର