ଅପରାଧ ଜନିତ ମାମଲା ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର ପୁରୀ ବନ୍ଦ

ପୁରୀ: ଅପରାଧ ଜନିତ ମାମଲା ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର ପୁରୀ ବନ୍ଦ ରହିବ ବୋଲି ପୁରୀ ବାର ଆସୋସିଏସନ୍‌ ଡାକରା ଡାକରା ଦେଇଛି। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶନିବାର ବାର ଆସୋସିଏସନ୍‌ର ସମ୍ପାଦକ ଜୟନାରାୟଣ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ବୈଠକରେ ଆସୋସିଏସନ୍‌ର ସଭାପତି ବିଜୟ ମିଶ୍ର ଉପସ୍ଥିତ ଥିଲେ। ଅନେକ ସମୟରେ ପୁରୀରେ ଅପରାଧ ଜନିତ କାର୍ଯ୍ୟକଳାପ ବଢୁଛି। ଅପରାଧ ଘଟାଇବା ପରେ ଦୁର୍ବୃତ୍ତମାନେ ପୁଲିସକୁ ଚକମା ଦେଇ ଖସି ଯାଉଛନ୍ତି।

ଆଧ୍ୟାତ୍ମିକ ସହର ପୁରୀ ଗଞ୍ଜେଇ ଚୋର ଚାଲାଣର ପେଣ୍ଠ ସ୍ଥଳୀ ପାଲଟିଛି। ପୁରୀ ଷ୍ଟେସନ ଦେଇ ଗୁଜୁରାଟ, ପଶ୍ଚିମବଙ୍ଗ ଓ ଆସାମକୁ ଗଞ୍ଜେଇ ଚାଲାଣ ହେଉଛି। ସେହିଭଳି ସହରର ଗଳି କନ୍ଦିରେ ବ୍ରାଉନସୁଗର କାରବାର ଚାଲୁଛି।

ସୂଚନାଯୋଗ୍ୟ ଗତ ଅକ୍ଟୋବର ୧୮ ରାତିରେ ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ର ପେଟ୍ରୋଲ ପମ୍ପରୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଶାବଳରେ ଆକ୍ରମଣ କରି ପଳାଇଥିଲେ। ଲକ୍ଷ୍ମୀଧରଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡ଼ିକାଲ ନିଆଯାଉଥିବା ବେଳେ ଭୁବନେଶ୍ୱରରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ହସ୍ପିଟାଲରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହେବା ପରେ ପୁଲିସ ୨ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାନ କରିଛି।

ଆଧ୍ୟାତ୍ମିକ ସହର ପୁରୀ ଗଞ୍ଜେଇ ଚୋର ଚାଲାଣର ପେଣ୍ଠ ସ୍ଥଳୀ ପାଲଟିଛି। ପୁରୀ ଷ୍ଟେସନ ଦେଇ ଗୁଜୁରାଟ, ପଶ୍ଚିମବଙ୍ଗ ଓ ଆସାମକୁ ଗଞ୍ଜେଇ ଚାଲାଣ ହେଉଛି। ସେହିଭଳି ସହରର ଗଳି କନ୍ଦିରେ ବ୍ରାଉନସୁଗର କାରବାର ଚାଲୁଛି। ମଝିରେ ମଝିରେ ଅଭିଯୁକ୍ତମାନେ ପୁଲିସ ହାତରେ ଧରା ପଡୁଥିବା ବଡ଼ ବେପାରୀମାନେ ଖସି ପଳାଉଛନ୍ତି। ତଥାପି ଚୋରି କାରବାର ସମ୍ପୁର୍ଣ୍ଣ ରୂପେ ବନ୍ଦ ହେଉ ନାହିଁ।

ସମ୍ବନ୍ଧିତ ଖବର