ହାଇକୋର୍ଟରେ ‘ଗୋଟିଏ ବାର ଗୋଟିଏ ଭୋଟ’ ନିୟମ ପାଳନ ପ୍ରସଂଗ : ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍‌ ନିର୍ବାଚନ ମାର୍ଚ୍ଚ ୩୦ରେ

କଟକ : ‘ଗୋଟିଏ ବାର, ଗୋଟିଏ ଭୋଟ’ ନିୟମ ପାଳନ ପାଇଁ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ଗୋଟିଏ ଦିନରେ ହେବ। ଏ ଦିଗରେ ରାଜ୍ୟ ଆଇନଜୀବୀ ପରିଷଦ ପୂର୍ବରୁ ଗ୍ରହଣ କରିଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩୦ ତାରିଖ ଦିନ ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ବାଚନ ପ୍ରକ୍ରିୟାରୁ କୌଣସି ସ୍ବୀକୃତିପ୍ରାପ୍ତ ଓକିଲ ସଂଘ ଆଉ ବାଦ ପଡିବେ ନାହିଁ। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ଓ ତ୍ରିଲୋଚନ ଦାଶ ଏବଂ ବାର କାଉନସିଲ ଅଫ୍ ଇଣ୍ଡିଆ ତରଫରୁ ଅମିତ ପ୍ରସାଦ ବୋଷ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର