୧୧ରେ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ନିର୍ବାଚନ ମାମଲାର ପରବର୍ତ୍ତୀ ଶୁଣାଣି

କଟକ : ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ନିର୍ବାଚନ ସଂପର୍କିତ ମାମଲାରେ ଆଜି ପ୍ରତିପକ୍ଷଙ୍କ ତରଫରୁ ଜବାବ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଭିନିତ ସରନ୍‌ ଓ ବିଚାରପତି ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୧ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ରାଜ୍ୟ ଆଇନଜୀବୀ ପରିଷଦରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ପରଲୋକ ହୋଇଥିବା ଆଇନଜୀବୀଙ୍କ ପରିବାରକୁ ସହାୟତା ସହିିତ ନୂଆ ଲାଇସେନ୍ସ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପ୍ରସଂଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ। ତେଣୁ ଅଗ୍ରାଧିକାର ଭିତ୍ତିରେ ଏହି ମାମଲାର ଶୁଣାଣି କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।

ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ପଦରୁ ବରିଷ୍ଠ ଆଇନଜୀବୀ ମାନସ ରଂଜନ ମହାପାତ୍ର ୨୦୧୭, ଜୁଲାଇ ୭ରେ ଇସ୍ତଫା ଦେଇଥିଲେ। ଏହାପରେ ବିଭିନ୍ନ ସମୟରେ ଆଡଭୋକେଟ୍‌ ଜେନେରାଲ ଅଧ୍ୟକ୍ଷ ନିର୍ବାଚନ ପାଇଁ ଚାରି ଥର ଚେଷ୍ଟା କରିଥିଲେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇ ପାରି ନଥିଲା ବୋଲି ପରିଷଦର ସଦସ୍ୟ ମାନସ ଚାନ୍ଦ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର