ଆଇନଜୀବୀ ଆନ୍ଦୋଳନ ପ୍ରସ˚ଗ : ସୁପ୍ରିମକୋର୍ଟଙ୍କୁ ବାର‌୍‌ କାଉନସିଲ ଅଫ୍‌ ଇଣ୍ତିଆର ଚିଠି

ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଫାକ୍ଟ ଫାଇଣ୍ତି˚ କମିଟି ଗଠନ କରାଯାଉ, ଅଭିଯୁକ୍ତଙ୍କୁ ଜେଲ୍ ପଠାଯାଉ

କଟକ : ଆଇନଜୀବୀଙ୍କ ଆନ୍ଦୋଳନ ସପକ୍ଷରେ ମୁହଁ ଖୋଲିଛି ବାର‌୍‌ କାଉନସିଲ ଅଫ୍‌ ଇଣ୍ତିଆ। ଏହି ପ୍ରସ˚ଗରେ ସୁୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡି ବାର‌୍‌ କାଉନସିଲ ଅଫ୍‌ ଇଣ୍ତିଆ ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ମନନ କୁମାର ମିଶ୍ର ଚିଠି ଲେଖିଛନ୍ତି। ଆଇନଜୀବୀଙ୍କୁ ମାଡ ଘଟଣାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଦୋଷୀ ପୁଲିସ କର୍ମଚାରୀଙ୍କୁ ଜେଲକୁ ପଠାଇବା ପାଇଁ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏଥି ସହିତ ହାଇକୋର୍ଟର କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଫାକ୍ଟ ଫାଇଣ୍ତି˚ କମିଟି ଗଠନ କରାଯାଉ। ଏହି କମିଟିରେ ରାଜ୍ୟ ଆଇନଜୀବୀ ପରିଷଦ ଅଧୢକ୍ଷ, ବାର‌୍‌ କାଉନସିଲ ଅଫ୍‌ ଇଣ୍ତିଆରେ ରାଜ୍ୟର ପ୍ରତିନିଧି, ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସଭାପତି ଓ ରାଜ୍ୟ ଗୃହ ସଚିବଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଉ। ଘଟଣାର ପ୍ରକୃତ ସତ୍ୟାସତ୍ୟ କମିଟି ଖୋଜି ବାହାର କରିବ। କମଟିକୁ ତିନି ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଉ। କମିଟି ରିପୋର୍ଟକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଚିଠିରେ ନିବେଦନ କରାଯାଇଛି। ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲଙ୍କ ମାଧ୍ୟମରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏବଂ ସମସ୍ତ ବିଚାରପତିଙ୍କ ଉଦ୍ଦେଶ୍ୟରେ ଏହି ଚିଠି ଲେଖା ଯାଇଛି।

ଅଧ୍ୟକ୍ଷ ଶ୍ରୀ ମିଶ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଏକ ମାସରୁ ଅଧିକ ସମୟ ଧରି ଓଡ଼ିଶାରେ ଆଇନଜୀବୀଙ୍କ ଆନ୍ଦାଳନ ଚାଲିଛି। ଆଇନଜୀବୀଙ୍କ ଦାବିକୁ ରାଜ୍ୟ ସରକାର ଓ ନ୍ୟାୟପାଳିକା ଅଣଦେଖା କରୁଛନ୍ତି। କିଛି ବର୍ଷ ହେବ ବାର‌୍‌ ଆନ୍ଦୋଳନ ପଛରେ ରହିଥିବା ପ୍ରକୃତ କାରଣ ନ ବୁଝି ନିର୍ଦ୍ଦେଶ ପରେ ନିର୍ଦ୍ଦେଶ ଦିଆଯାଉଛି। ଏହି ମାମଲାରେ ଏକ ମାସ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବା ବେଳେ ନ୍ୟାୟପାଳିକା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ପ୍ରକୃତ କାରଣକୁ ବିଚାରକୁ ନେବା ପାଇଁ। ପ୍ରକୃତ ସତ୍ୟକୁ ଖୋଜି ବାହାର କରି ସମସ୍ୟାର ସମାଧାନ ପାଇଁ ଫଳପ୍ରଦ ପଦକ୍ଷେପ ନେବା ବିଚାରବିଭାଗର ଦାୟିତ୍ୱ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର