ବରଗଡ଼ ଧନୁଯାତ୍ରା: ଷଡ଼ମଲ୍ଲ ବଧ

ମଥୁରାନଗରୀ: ସାମାନ୍ୟ ଦୁଗ୍ଧପୋଷ୍ୟ ଶିଶୁ ହେବ ମୋ ମୃତ୍ୟୁର କାରଣ। ବାରମ୍ବାର ସେଇ ଗୋଟିଏ କଥା ବିବ୍ରତ କରୁଛି ତ୍ରିପୁର ବିଜୟୀ ସମ୍ରାଟ କଂସାସୁରଙ୍କୁ। ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଚତୁର୍ଥ ଦିବସର ନାଟ୍ୟାଭିନୟ କ୍ରମେ ମଥୁରା ନରେଶ ମହାରାଜ କଂସ କଅଁଳ ଶିଶୁ କୃଷ୍ଣଙ୍କୁ ମାରିବା ପାଇଁ ଗୋପପୁରକୁ ପଠାଇଥିବା ଅଷ୍ଟମଲ୍ଲଙ୍କ ମୃତ୍ୟୁ ଖବର ପାଇଛନ୍ତି। କୃଷ୍ଣଙ୍କୁ ମାରିବା ସକାଶେ ପୁତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଆଦିଙ୍କୁ ପ୍ରେରଣ କଲେ ଗୋପପୁରକୁ। କିନ୍ତୁ କୃଷ୍ଣ ଗୋପପୁରରେ ଷଡ଼ମଲ୍ଲଙ୍କୁ ନିପାତ କରିଛନ୍ତି। ସବୁଦିନ ପରି ମହାରାଜ ପାତ୍ରମନ୍ତ୍ରୀଙ୍କୁ ଧରି ନଗର ପରିକ୍ରମାରେ ବାହାରିଥିଲେ। ମନରେ ଲୁଚି ରହିଥିବା ଭୀତିଭ୍ରାନ୍ତିକୁ ଦୂରେଇ ସାହସ ସଂଚୟ କରିବା ସକାଶେ ମହାରାଜ ବାବା ମୁକ୍ତେଶ୍ୱରଙ୍କଠାରେ ରୁଦ୍ରାଭିଷେକ କରିଥିଲେ। ଶିବଙ୍କ ବର ପ୍ରାପ୍ତିରେ ସେ ହୋଇ ଉଠିଥିଲେ ଆଶାବାଦୀ। ଏହାପରେ ପହଂଚିଥିଲେ ରଙ୍ଗମହଲରେ। ସେଠାରେ ନୃତ୍ୟଗୀତରେ ମଜ୍ଜି ଯାଇଥିଲେ। ତାପରେ ପୁଣି ଆରମ୍ଭ କରିଥିଲେ ତାଙ୍କ ରାଜଦରବାର।
ସେପଟେ ଗୋପପୁରବାସୀ ଫେରି ଯାଇଛନ୍ତି ଦ୍ୱାପର ଯୁଗକୁ। ସମସ୍ତେ କୃଷ୍ଣଲୀଳାରେ ବିଭୋର। ପ୍ରତି ଗୋପପୁରବାସୀ ନିଜକୁ ସଜେଇ ଦେଇଛନ୍ତି ଜଣେଜଣେ ଗୋପୀ-ଗୋପାଳ ଭାବେ। ଘରେଘରେ ପୂର୍ଣ୍ଣକୁମ୍ଭ ସହ ମୁରୁଜ ଧୂପ, ଦୀପ, ନେବଦ୍ୟ ଧରି ଅପେକ୍ଷା କରିଛନ୍ତିି କୃଷ୍ଣ-ବଳରାମଙ୍କ ପାଦଧୋଇ ପୂଜାର୍ଚ୍ଚନା ପାଇଁ। ମଥୁରା ନରେଶ ମହାରାଜ କଂସ କଅଁଳ ଶିଶୁ କୃଷ୍ଣଙ୍କୁ ମାରିବା ପାଇଁ ଗୋପପୁରକୁ ପଠାଇଥିବା ଅସୁରମାନଙ୍କୁ ମାରିବା ପରେ ଅସାଧାରଣ ଶକ୍ତିର ଅଧିକାରୀ ଶିଶୁ କୃଷ୍ଣଙ୍କ ଜୟ ଜୟକାରରେ ସମସ୍ତେ ବିଭୋର। ଏହା ସହିତ କୃଷ୍ଣ-ବଳରାମ ଗୋପାଳ ପୁଅଙ୍କ ସହିତ ନୃତ୍ୟଗୀତରେ ଗୋପପୁର ପରିକ୍ରମା କରିଛନ୍ତି।

ସମ୍ବନ୍ଧିତ ଖବର