ର˚ଗମହଲ ଉଦ୍‌ଘାଟନ : ବନ୍ଦୀଶାଳାରେ କୃଷ୍ଣ ଜନ୍ମ

ମଥୁରାନଗରୀ : ମଥୁରାଜନଗରୀରେ ମହାରାଜ କ˚ସଙ୍କ ଆଧିପତ୍ୟ ବଢ଼ି ଚାଲିଛି। କ˚ସଙ୍କ ନଗର ପରିଭ୍ରମଣ ବେଳେ ଦଣ୍ତବିଧାନ ଏବ˚ ଅଟ୍ଟହାସ୍ୟରେ କମ୍ପିଥିଲା ମଥୁରାନଗରୀ। ଅନ୍ୟପଟେ ଶ୍ରୀକୃଷ୍ଣ ଜନ୍ମ, ନବଜାତ କୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ବସୁଦେବ ଓ ଉଗ୍ରସେନଙ୍କ ଭେଟ, ବିଶ୍ବରୂପ ଦର୍ଶନ, ଗୋପରେ ନନ୍ଦରାଜାଙ୍କ ଘରେ କୃଷ୍ଣଙ୍କୁ ରଖି ବିଜୁଳି କନ୍ୟାକୁ ସାଥୀରେ ନେଇ ବସୁଦେବଙ୍କ ମଥୁରା କାରାଗାରକୁ ପ୍ରତ୍ୟାବର୍ତ୍ତନ ଥିଲା ଦ୍ବିତୀୟ ଦିବସର ଘଟଣାବଳୀ। ନଗର ଭ୍ରମଣ ସମୟରେ ଆଇନ ଭଙ୍ଗକାରୀଙ୍କୁ ଦଣ୍ତାଦେଶ ସହ ର˚ଗମହଲରେ ନୃତ୍ୟଗୀତ ଆସରରେ ମସଗୁଲ ରହିଥିଲେ ମହାରାଜ କ˚ସ। ଏହାପରେ ଆରମ୍ଭ ହୋଇଥିଲା ନାଟ୍ୟାଭିନୟ। ଇତିମଧୢରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ହୋଇଛନ୍ତି ଶ୍ରୀକୃଷ୍ଣ। ଆଲୋକରେ ଝଲସି ଉଠିଛି ଅନ୍ଧକାର ରାତି। ଉଜ୍ଜ୍ବଳ ହୋଇ ଉଠିଛି କାରାଗାର। ଅପଣା ଛାଏଁ ଖୋଲି ଯାଇଛି କାରାଗାରର ଫାଟକ। ଫିଟିଯାଇଛି ଦେବକୀ ଓ ବସୁଦେବଙ୍କ ଶରୀରରେ ଲାଗିଥିବା ଶିକୁଳି। ନବଜାତ ଶିଶୁକୁ ନେଇ ବସୁଦେବ ଟୋକେଇରେ ମୁଣ୍ତେଇ ଗଲେ ଗୋପପୁରକୁ। ହେଲେ ବାଟରେ ରାଜ୍ୟର ସୀମାନ୍ତରେ ପହରା ଦେଉଥିବା ଶ୍ବଶୁର ଉଗ୍ରସେନଙ୍କ ତାଙ୍କ ବାଟ ଓଗାଳିଛନ୍ତି। ଏହି ସମୟରେ ଘଟିଛି ଏକ ଅଲୌକିକ ଘଟଣା। କୃଷ୍ଣଙ୍କ ବିଶ୍ବରୂପ ଦର୍ଶନ କରି ଅଭିଭୂତ ହୋଇଛନ୍ତି ବାପା ବସୁଦେବ ଓ ଅଜା ଉଗ୍ରସେନ । ଗୋପପୁର ଯିବା ବାଟରେ କୃଷ୍ଣଙ୍କ ମାୟାରେ ପ୍ରବଳ ବର୍ଷାରେ ଫଳରେ ପୂର୍ଣ୍ଣଗର୍ଭା ଯମୁନା ନଦୀରେ ପୂରିଯାଇଥିଲା। ହେଲେ କୃଷ୍ଣଙ୍କ ମାୟାରେ ଯମୁନା ନଈ ଦୁଇ ଭାଗ ହୋଇଥିଲା। ବର୍ଷାରୁ ସୁରକ୍ଷା ଦେବାକୁ କୃଷ୍ଣଙ୍କ ମୁଣ୍ତ ଉପରେ ବାସୁକୀ ନାଗ ଫେଣା ମେଲିଥିଲା।

ନିଯୁକ୍ତି ସୁଯୋଗ ସୃ‌ଷ୍ଟି ପାଇଁ ମନ୍ତ୍ରୀଙ୍କୁ ତାଗିଦ
ମଥୁରାନଗରୀ : ରାଜଦରବାରର ରାଜଅତିଥି ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଉପରେ ମନ୍ତ୍ରୀପାରିଷଦ ଆଣିଥିଲେ ସାଂଘାତିକ ଅଭିଯୋଗ। ମଥୁରାନଗରୀରେ ଖଣିଜ ଦ୍ରବ୍ୟ ଭରପୂର ଥିବାବେଳେ ଏଠାକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଉନଥିବା ମନ୍ତ୍ରୀ ଶ୍ରୀ ସାମଲଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ମନ୍ତ୍ରୀ ଶ୍ରୀ ସାମଲ ଜଣେ ରାଜଅତିଥିଙ୍କ ବିରୋଧରେ ଅଭିଯୋଗ ଆଣିବା ଉଚିତ ନୁହେଁ ବୋଲି କହିଥିଲେ। ଏହା ପରେ କ୍ରୋଧରେ ଜର୍ଜରିତ ମହାରାଜ କଂସ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ତାଗିଦ କରିଥିଲେ।

ସମ୍ବନ୍ଧିତ ଖବର