ଅକ୍ରୂରଙ୍କ କୃଷ୍ଣପାଦ ଦର୍ଶନ : ଶୟନେ ସପନେ ଘାରିଛି କୃଷ୍ଣ ଭୟ

ଅଷ୍ଟମ ଦିନରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ମଥୁରାନଗରୀ/ଗୋପପୁର : ‘ଲେଖି ଅଛି କ˚ସ ହୋଇ ମହାରୁଷ / ଆରେ ଗୋପପତି ନନ୍ଦ। ଆଜ୍ଞା ପରମାଣେ ତତ୍କାଳେ ଚଳିବୁ / ନୋହିଲେ ଛେଦିବି ସ୍କନ୍ଦ..’ ଏଭଳି ଚିଟାଉ ନେଇ ଅକ୍ରୂରଙ୍କ ଗୋପପୁର ଗମନ ଦୃଶ୍ୟ ସହ ଶ୍ରୀକୃଷ୍ଣଙ୍କ ଗୋବର୍ଦ୍ଧନ ଧାରଣ, ଅକ୍ରୂରଙ୍କ କୃଷ୍ଣ-ବଳରାମ ଦର୍ଶନ ଏବ˚ ଗୋପପୁରକୁ ଯିବା ବାଟରେ ଯମୁନା ନଦୀରେ କୃଷ୍ଣପାଦ ଦର୍ଶନ ଦୃଶ୍ୟ ଅଭିନୀତ ହୋଇଥିଲା। କ˚ସଙ୍କ ଚିଟାଉ ନେଇ କୃଷ୍ଣଭକ୍ତ ଅକ୍ରୂରଙ୍କ ଗୋପପୁର ଗସ୍ତ କରିଛନ୍ତି। ବାଟରେ ଯମୁନା ନଦୀରେ କୃଷ୍ଣପାଦ ଦର୍ଶନ କରିଛନ୍ତି। ଦୁଇ ଭାଇଙ୍କୁ ଦେଖିବାପରେ ଆନନ୍ଦରେ ଆଖିରୁ ଝରିଆସିଛି ଆନନ୍ଦାଶ୍ରୁ। ଏଭଳି ମର୍ମସ୍ପର୍ଶୀ ଭାବାବେଗ ଥିଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଅଷ୍ଟମ ଦିବସରେ। ଗୋପପୁରରେ କୃଷ୍ଣ-ବଳରାମ ଗୋପାଳ ଗୋପାଙ୍ଗନାଙ୍କ ସହିତ ବନବିହାର ଓ ଲୁଚକାଳି ଖେଳିଥିଲେ। ହେଲେ କୁବେରଙ୍କ ଅନୁଚର ଶ˚ଖଚୂଡ଼ ସର୍ପ ଅବିର୍ଭାବ ହୋଇ ଗୋପୀ ମାନଙ୍କୁ ବହୁ ଅସୁବିଧାରେ ପକାଉଥିଲା। ଏହାକୁ ନେଇ ଗୋପାଳଙ୍କ ମଧୢରେ ଖେଳି ଯାଇଥିଲା ଆତଙ୍କ। ଏନେଇ ସେମାନେ ଶ୍ରୀକୃଷ୍ଣଙ୍କୁ ଜଣାଇଥିଲେ। ଶେଷରେ କୃଷ୍ଣ ଶ˚ଖଚୂଡ଼କୁ ବଧ କରିଥିଲେ। ସେହିପରି ଶବରୀ କୃଷ୍ଣଙ୍କୁ କୋଳରେ ବସାଇ କୋଳି ଖୁଆଉଥିବା ଦୃଶ୍ୟ ବେଶ୍‌ ଉପଭୋଗ୍ୟ ହୋଇଥିଲା। ଗୋପରେ ଇନ୍ଦ୍ରଙ୍କ ଦ୍ବାରା ପ୍ରବଳ ବର୍ଷା ହୋଇଥିବାବେଳେ ଗୋପପୁରବାସୀ ଓ ଗୋଧନର ସୁରକ୍ଷା ପାଇଁ ଶ୍ରୀକୃଷ୍ଣ ଗିରିଗୋବର୍ଦ୍ଧନ ଧାରଣ କରିଥିଲେ। ହରିନାମ ଧରି ଅକ୍ରୂରଙ୍କ ନନ୍ଦଭବନକୁ ପ୍ରବେଶ କରିଥିଲେ। ନନ୍ଦଭବନରେ ଅକ୍ରୂରଙ୍କୁ ସମ୍ମାନାର୍ଥେ ସ୍ବାଗତ କରାଯାଇଥିଲା। ଅକ୍ରୂର ତାଙ୍କର ଗୋପପୁର ଆଗମନର ଅଭିପ୍ରାୟ ପ୍ରକାଶ କରିବା ସହ ମହାରାଜ କ˚ସ ପଠାଇଥିବା ଚିଟାଉ ହସ୍ତାନ୍ତର କରିଥିଲେ। ଏହି ସମୟରେ ମହରାଜଙ୍କ କଡ଼ା ଆଦେଶ ସମ୍ପର୍କରେ ମଧୢ ଅକ୍ରୂର ନନ୍ଦରାଜାଙ୍କୁ ଜଣାଇ ଦେଇଥିଲେ। ଅନ୍ୟପକ୍ଷରେ ମହାରାଜ କ˚ସଙ୍କ ପରାକ୍ରମ ଜାରି ରହିଛି। ହେଲେ ଶୟନେ ସପନେ କୃଷ୍ଣଙ୍କ କଥା ମନକୁ ଆସୁଛି। କୃଷ୍ଣ ତାଙ୍କୁ ବଧ କରୁଥିବା ଦୃଶ୍ୟ ମହାପ୍ରତାପୀ କ˚ସଙ୍କୁ ବିଚଳିତ କରୁଛି।

ସମ୍ବନ୍ଧିତ ଖବର