ବରଗଡ଼ର ଯୁବତୀ ରାଜସ୍ଥାନରେ ବିକ୍ରି!

ବରଗଡ଼ : ବରଗଡ଼ ଜିଲ୍ଲାର ଜ‌େଣ ଯୁବତୀଙ୍କୁ ରାଜସ୍ଥାନରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଖୋଦ ଯୁବତୀଙ୍କ ମା’ ବରଗଡ଼ ଏସ୍‌ପିଙ୍କୁ ଭେଟି ଏହି ଅଭିଯୋଗ କରିଛନ୍ତି। ବିକ୍ରି ହୋଇଥିବା ଯୁବତୀଙ୍କ ନାମ ପିଙ୍କି ଧରୁଆ(୨୧)। ଘର ସୋହେଲା ଥାନା ବାଟତେରମା ଗାଁରେ। ମା’ ସୀତା ଧରୁଆଙ୍କ କହିବା ଅନୁସାରେ ବର୍ଷେ ତଳେ ପିଙ୍କିଙ୍କୁ ଜଣେ ସ୍ଥାନୀୟ ମହିଳା ଦଲାଲ ନେଇ ରାଜସ୍ଥାନରେ ବିକ୍ରି କରି ଦେଇଛି। ଗତ ମଂଗଳବାର ପିଙ୍କି ରାଜସ୍ଥାନରୁ ମା’ ସୀତାଙ୍କୁ ଫୋନ୍‌ କରିବା ପରେ ମାମଲା ସାମନାକୁ ଆସିଛି। ଗତବର୍ଷ ଜାନୁଆରି ମାସରେ ପିଙ୍କି ବସ୍‌ରେ ପିଉସୀ ଘର ନୂଆପଡ଼ାକୁ ଯାଉଥିଲେ। ସେତେବେଳେ ଜଣେ ମହିଳାଙ୍କ ସହିତ ପିଙ୍କିଙ୍କ ସାକ୍ଷାତ ହୋଇଥିଲା। ଏହାପରେ ପିଙ୍କି ଏବଂ ସଂପୃକ୍ତ ମହିଳା ବସ୍‌ରେ ଯାଇଥିଲେ। ହେଲେ ପିଙ୍କି କେତେବେଳେ ଚେତାଶୂନ୍ୟ ହୋଇଯାଇଥିଲେ ଜାଣି ପାରିନଥିଲେ। ଚେତା ଫେରିବା ପରେ ପିଙ୍କି ବାହାର ରାଜ୍ୟରେ ପହଂଚି ସାରିଥିଲେ। ସେଠାରେ ମହିଳା ଜଣକ ପିଙ୍କିକୁ ଜଣେ ଯୁବକଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲେ। ରାଜସ୍ଥାନରେ ପିଙ୍କିଙ୍କୁ ସେହି ଯୁବକ ମନ୍ଦିରରେ ବାହା କରିଛି। ରାଜସ୍ଥାନରୁ ଉଦ୍ଧାର କରି ଘରକୁ ନେଇ ଯିବାକୁ ପିଙ୍କି ଫୋନ୍‌ରେ ମା’କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର