ବାରଙ୍ଗ: କୁଆଖାଇ ନଈରେ ଭାସି ଯାଇ ୧୨ ବର୍ଷର ବାଳକ ମୃତ

ବାରଙ୍ଗ: ରବିବାର ସକାଳେ ବାରଙ୍ଗ ଥାନା ଅନ୍ତର୍ଗତ ବେଲଗଛିଆ ଗ୍ରାମ ପାଖ ଦେଇ ପ୍ରବାହିତ କୁଆଖାଇ ନଈରେ ଗାଧୋଇବା ସମୟରେ ଜଣେ ୧୨ ବର୍ଷିୟ ବାଳକ ବୁଡ଼ି ଯାଇ ପ୍ରାଣ ହରାଇଛି।

ମୃତ ବାଳକର ନାମ ସୁବ୍ରତ ପ୍ରଧାନ। ବେଲଗଛିଆ ଗ୍ରାମର ସୁବ୍ରତ ଆଜି ସକାଳ ପ୍ରାୟ ୯ଟା ବେଳେ ନଈରେ ଗାଧୋଇବା ବେଳେ ସୁଅରେ ଭାସି ଯାଇ ବୁଡ଼ି ଯାଇଥିଲେ। ସେଠାରେ ଗାଧାଉଥିବା ସ୍ଥାନୀୟ ଅଞ୍ଚଳର ଅନ୍ୟ ଲୋକମାନେ ତାଙ୍କୁ ନଈରେ ଖୋଜାଖୋଜି କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ ବିଭାଗ ଲୋକେ ଓଡ୍ରାଫ୍‌ଟ୍‌ ଟିମ୍‌ ସହ ମିଶି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ସୁବ୍ରର ଶବ ଉଦ୍ଧାର କରିଛନ୍ତି। ଖବର ପାଇ ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ଶବ ପଠା ଯିବାର ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧିତ ଖବର