ବାରଙ୍ଗ: ଦୁଇ ହାଇଓ୍ଵା ମଧ୍ୟରେ ମୁହାଁମୁହିଁ ଧକ୍କା: ଭିତରେ ଚାପି ହୋଇ ଥିବା ଡ୍ରାଇଭର ଉଦ୍ଧାର

ବାରଙ୍ଗ: ଗତ ରାତି ୩ଟା ସମୟରେ ବାରଙ୍ଗ ମୁଖ୍ୟ ରାସ୍ତା ଉପରେ ପୁରୀ କେନାଲ ପୋଲ ନିକଟରେ ଦୁଇଟି ହାଇଓ୍ଵା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ହାଇଓ୍ଵା ଭିତରେ ଚାପି ହୋଇ ରହିଯାଇଥିବା ଜଣେ ଡ୍ରାଇଭର୍‌ଙ୍କୁ ଉଦ୍ଧାର କରିଛନ୍ତି ଦମକଳ ବାହିନୀ।
ଗୋଟିଏ ହାଇଓ୍ଵା ବାଲି ନେଇ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା ଅନ୍ୟ ଗୋଟାଏ ଖାଲି ହାଇଓ୍ଵା ମୁହାଁମୁହିଁ ଧକ୍କା ଖାଇଥିଲା। ଫଳରେ ଦୁଇଟିଯାକ ହାଇଓ୍ଵା ଘଟଣାସ୍ଥଳରେ ଓଲଟି ପଡ଼ିଥିଲା। ଏବଂ ବାଲି ବୋଝେଇ ହାଇଓ୍ଵା ଖାଲି ହାଇଓ୍ଵା ଉପରେ ଲଦି ହୋଇପଡ଼ିବାରୁ ତା’ର ଡ୍ରାଇଭର ଚାପି ହୋଇ ରହିଯାଇଥିଲା।


ଖବର ପାଇ ବାରଙ୍ଗ ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କଟର୍‌ ସାହାଯ୍ୟରେ ଚାପି ହୋଇ ରହିଥିବା ଗୁରୁତର ଆହତ ଖାଲି ହାଇଓ୍ଵା ଡ୍ରାଇଭରଙ୍କୁ ବାହାରକୁ କାଢ଼ିବାକୁ ସେମାନଙ୍କୁ ଦୀର୍ଘ ଚାରି ଘଣ୍ଟା ଲାଗିଥିଲା।
ଆମ୍ବୁଲାସନ୍‌ ଯୋଗେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।
ବାଲି ବୋଝେଇ ହାଇଓ୍ଵାର ଡ୍ରାଇଭର୍‌ ଓ ହେଲ୍‌ପର୍‌ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ପୁଲିସ ଦୁର୍ଘଟନାଗ୍ରସ୍ତ ଦୁଇ ହାଇଓ୍ଵାକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଘଟଣାସ୍ଥଳରୁ କ୍ଷତିଗ୍ରସ୍ତ ଗାଡ଼ି ଦୁଇଟିକୁ କ୍ରେନ୍‌ ସାହାଯ୍ୟରେ ହଟାଇ ଦେବା ପରେ ଦିନ ପ୍ରାୟ ୮. ୧୫ ବେଳକୁ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର