ବାରିପଦା : ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ଭାଷଣ ରଖିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବିେରାଧରେ ଆଜି ବିେଷାଦଗାର କରିଥିଲେ। ଚିଟ୍ଫଣ୍ତ, ଖଣିଦୁର୍ନୀତି ଓ ପିସି ଦୁର୍ନୀତି ରୂପୀ ଦାନବ କିଏ ଓ କେଉଁମାନେ ଏହାକୁ ପ୍ରଶ୍ରୟ ଦେଉଛନ୍ତି କହି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଆକ୍ରମଣ କରିଥିଲେ। ରାଜ୍ୟରେ ନାରୀ ସଶକ୍ତୀକରଣର କଥା କହୁଥିବା ମୁଖ୍ୟମନ୍ତ୍ରୀ ବେବିନା, କୁନ୍ଦୁଲି ଭଳି ଘଟଣାରେ କୁଆଡେ଼ ଥିଲେ ବୋଲି ପ୍ରଶ୍ନ କରି ଜବାବ ମାଗିଥିଲେ ଶ୍ରୀ ପ୍ରଧାନ। ଏପରିକି ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଜଣେ ଓଡ଼ିଆ ବିରୋଧୀ ନୀଳବର୍ଣ୍ଣ ଶୃଗାଳ ବୋଲି କହି କଟୁ ସମାଲୋଚନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ରାଜ୍ୟ ତଥା କେନ୍ଦ୍ରୀୟ ନେତାମାନେ ମଧ୍ୟ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ। ଏହି ସଭାରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ତା, ବିଧାୟକ ଦଳ ନେତା କେ ଭି ସି˚ଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବରିଷ୍ଠ ବିଜେପି ନେତା ଅରୁଣ ସି˚ହ, ସୌଦାନ ସି˚ହ, ସୁରେଶ ପୂଜାରୀ, ମନମୋହନ ସାମଲ, ପ୍ରତାପ ଷଡ଼ଙ୍ଗୀ, ସୁରମା ପାଢ଼ୀ, ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ବିଧାୟକ ଗୋବିନ୍ଦ ଦାସ, ବିଷ୍ଣୁ ସେଠୀ, ଅନନ୍ତ ନାୟକ, ମୋହନ ମାଝୀ, ରାଜ କିଶୋର ଦାସ, ରାଜ୍ୟ ମୁଖପାତ୍ର ଗୋଲୋକ ମହାପାତ୍ର ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ନବୀନ ରାମ ପ୍ରମୁଖ ଉପସ୍ଥିତ ଥିଲେ।