ବାରିପଦା: ବୃଦ୍ଧାଙ୍କ ଗଳାକାଟି ହତ୍ୟା

ବାରିପଦା: ଗତକାଲି ବିଳମ୍ବିତ ରାତ୍ରୀରେ ଟାଉନ୍‌ ଥାନା ଅନ୍ତର୍ଗତ ପୁଲିସ ଲାଇନ୍‌ ପାଖ ବାଦୁଡ଼ିବନ୍ଧ ସାହିରେ ଜଣେ ବୃଦ୍ଧାଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି।

ମୃତା ମହିଳାଙ୍କ ନାମ ରାଧାରାଣୀ ବେହେରା। ନିଜ ଘରେ ୬୫ ବର୍ଷୀୟ ରାଧାରାଣୀଙ୍କ ଗଳା କାଟି ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଛି। ରାତିରେ ହତ୍ୟାକାଣ୍ଡ ଘଟିବା ପରେ ପରେ ପଡ଼ୋଶୀମାନେ ଜାଣିପାରିଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ। ରାତିରେ ହିଁ ଘଟଣାସ୍ଥଳରେ ବାରିପଦା ଟାଉନ୍‌ ଥାନା ପୁଲିସ ପହଞ୍ଚି ରାଧାରାଣୀଙ୍କ ରକ୍ତାକ୍ତ ଶବକୁ ଜଗି ରହିଥିଲେ।

ତଦନ୍ତ ପାଇଁ ଆଜି ସକାଳୁ ଦୁଇଟି ସନ୍ଧାନୀ ଶ୍ୱାନ ସହ ଦଳେ ପୁଲିସ ଓ ଏସ୍‌ଡିପିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡର ବାସ୍ତବ କାରଣ ଓ କେଉଁମାନେ ଏଥିରେ ସମ୍ପୃକ୍ତ ତାହା ଜଣାପଡ଼ି ନାହିଁ। ସମ୍ପତ୍ତି ଅକ୍ତିଆର କରିବା ଲୋଭରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅନୁମାନ କରାଯାଉଛି।

ପଚରା ଉଚୁରା ପାଇଁ ପୁଲିସ ରାଧାରାଣୀଙ୍କର ଦୁଇ ପୁଅଙ୍କୁ ଅଟକ ରଖିଛି।

ସମ୍ବନ୍ଧିତ ଖବର